pr

ଗୋଇମୁଣ୍ଡରେ ୪୯ତମ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ଧାଉଡ଼ିଆ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମର ଦୂର୍ଗାମଣ୍ଡପ ପ୍ରାଙ୍ଗଣରେ ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ୪୯ତମ ସାର୍ବଜନୀନ ଦୂର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଅଶୋକ ନାରାୟଣ ଭୋଇ ସଭା ସଂଯୋଜନା କରିଥିଲେ । ସଭାପତି ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକ ଚିତ୍ତରଞ୍ଜନ ସାହୁ ଗତ ବର୍ଷର ଆୟ ବ୍ୟୟ ବିବରଣୀ ପଠନ କରିଥିଲେ । ଚଳିତ ବର୍ଷ ଦୁର୍ଗାପୂଜା ମହା ଆଡମ୍ବରରେ ପାଳନ କରିବା ସହ ସୁସଜ୍ଜିତ ଆଲୋକମାଳା, ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯାଇଥିଲା । ୪୯ ତମ ଦୂର୍ଗାପୂଜା ପରିଚାଳନା ପାଇଁ ସର୍ବସମ୍ମତି କ୍ରମେ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା । କମିଟିର ସଭାପତି ଭାବେ ଅକ୍ଷୟ କୁମାର ସାହୁ,ସମ୍ପାଦକ ଭକ୍ତବନ୍ଧୁ ସାହୁ, କାର୍ଯ୍ୟକାରୀ ସଭାପତି ମିନିକେତନ ସାହୁ, ଉପସଭାପତି ଧନସିଂ ବାଗ, ସହ ସମ୍ପାଦକ ଚିତ୍ତରଞ୍ଜନ ସାହୁ, କୋଷାଧ୍ୟକ୍ଷ ଗୋରେଖ ଭୋଇ ଏବଂ କମିଟିର କାର୍ଯ୍ୟକାରୀ ସଦସ୍ୟ ଭାବେ ରୋହିତ ଭୋଇ, ସୋମନାଥ ସାହୁ, କମ୍ବୁ ସାହୁ, ଅମିତ ରଣା, ଇନ୍ଦ୍ରମଣି ମାଝୀ, ବାଲ୍ମିକୀ ଭୋଇ, ସୁଦାମ ସାହୁ, ସନ୍ତୋଷ କୁମାର ସାହୁ, ଛିନୁ ଭୋଇ ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ବୈଠକରେ ଗ୍ରାମର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ନିରବଚ୍ଛିନ୍ନ ଭାବେ ଦୀର୍ଘ ବର୍ଷ ହେବ ପୂଜା ପାଳିତ ହୋଇଆସୁଅଛି ।

nrusinghnath
Leave A Reply

Your email address will not be published.