pakka

ବିଜୁ ଯୁବ-ଛାତ୍ର ଜନତା ଦଳର ସଭାରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଲେ କଳିକେଶ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଳକ୍ ଅନ୍ତର୍ଗତ ବିଡିଘାଟ ପଞ୍ଚାୟତରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଏକ ବିରାଟ ସଭାର ଆୟୋଜନ ହୋଇଥିଲା । ଆଖପାଖରୁ ଶତାଧିକ ଯୁବ-ଛାତ୍ର, ବିଜେଡି କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଉଦ୍‌ବୋଧନ ଦେଇଥିବା ବେଳେ ତାଙ୍କ ଅଭିଭାଷଣରେ କଂଗ୍ରେସ ପ୍ରାର୍ଥୀ ତାଙ୍କୁ ପଚାରିଥିବା ପ୍ରଶ୍ନ ‘ହାଉସିଂ ବୋର୍ଡର ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇ ବଲାଙ୍ଗିର ପାଇଁ କ’ଣ କରିଛନ୍ତି’ର ଉତ୍ତର ରଖିଥିଲେ । ଶ୍ରୀ ସିଂହଦେଓ କହିଥିଲେ ଯେ, ଯେଉଁମାନେ ଦୀର୍ଘ ଦିନ ପୂର୍ବରୁ ସରକାରଙ୍କ ପାଖରୁ କମ୍‌ ମୂଲ୍ୟରେ କିଣିଥିବା ଡିହ ଜମି ପଟ୍ଟା ପାର୍ଚ୍ଚା ପାଇନଥିଲେ, ସେଥି ମଧ୍ୟରେ ପ୍ରାୟ ବଲାଙ୍ଗିରର ତିନିଶହରୁ ଅଧିକ ଲୋକେ ରହିଥିଲେ । ମୁଁ ହାଉସିଂ ବୋର୍ଡରେ ରହିବା ପରଠୁ ସରକାରଙ୍କୁ ସେହି ଅସୁବିଧା ବିଷୟରେ ଅବଗତ କରାଇ ସମସ୍ତଙ୍କୁ ପଟ୍ଟା ପାର୍ଚ୍ଚା ପାଇବାରେ ସହାୟକ ହୋଇଛି । ସେ ଆହୁରି କହିଛନ୍ତି ଯେ, ମିଶ୍ର ପରିବାର ବି ସେଥିରେ ଉପକୃତ ହୋଇଛନ୍ତି । ମୁଁ ଓ ମୋ ପରିବାରବର୍ଗ ବଲାଙ୍ଗିରିଆ ନୋହୁୁଁ ବୋଲି ବିରୋଧୀ କହି ବୁଲୁଛନ୍ତି । ବାସ୍ତବରେ ଆମ ପରିବାରବର୍ଗ ସବୁବେଳେ ବଲାଙ୍ଗିରିଆ । କାହିଁକିନା ଯଦି ଆମେ ବଲାଙ୍ଗିରିଆ ନୋହୁ, ତା ହେଲେରାଜେନ୍ଦ୍ର କଲେଜ ଓ ଏହାର ଖେଳ ପଡ଼ିଆ, ପିଆର ହାଇସ୍କୁଲ ଓ ପଡିଆ, ରାଜେନ୍ଦ୍ର ପାର୍କ, ରାଣୀ ବନ୍ଧ, ଏହି ସବୁ କ’ଣ ଆମ ବିକାଶ ପାଇଁ କରିଥିଲୁ । ସମସ୍ତ ବଲାଙ୍ଗିର ସହରବାସୀଙ୍କ ସହ ଆମ ପରିବାର ପଢ଼ିଛନ୍ତି, ଖେଳିଛନ୍ତି, ଗାଧୋଇଛନ୍ତି । ଯେଉଁମାନେ ଏଭଳି ଭିତ୍ତିହୀନ କଥା କହୁଛନ୍ତି, ସେମାନେ ଏସବୁକୁ ଭୁଲି ଯାଉଛନ୍ତି କେମିତି ବୋଲି ପ୍ରଶ୍ନ କରିଛନ୍ତି କଳିକେଶ । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ରାଜ୍ୟ ସଂପାଦକ ଗୁଞ୍ଜ ଖାନ୍, ବଲାଙ୍ଗିର ଛାତ୍ର ସଭାପତି ସୁମନ ନନ୍ଦ ପ୍ରମୁଖ ଜନସାଧାରଣ ସରକାରୀ ଯୋଜନାରୁ ପାଉଥିବା ଲାଭ ଓ ଛାତ୍ରଛାତ୍ରୀଙ୍କ ଶିକ୍ଷା ଦିଗରେ ନବୀନ ସରକାରଙ୍କ ପଦକ୍ଷେପ ସଂପର୍କରେ ଅଭିଭାଷଣ ରଖିଥିଲେ ଓ ନବୀନ ସରକାରଙ୍କ ହାତକୁ ଟାଣ କରିବା ପାଇଁ ଅନୁରୋଧ କରିଥିଲେ । ଉକ୍ତ ସଭାରେ ବରିଷ୍ଠ ବିଜେଡି ନେତା ପୂର୍ବତନ ସଦର୍‌ ବ୍ଲକ୍‌ ଅଧ୍ୟକ୍ଷ ଗୋଲାପ ବାଗ, କୈଳାଶ ମହାନ୍ତି, ପୂର୍ବତନ ଲୋଇସିଂହା ବିଧାୟକ ପ୍ରାର୍ଥୀ ପାଣ୍ଡବ କୁମ୍ଭାର, ନରେନ୍ଦ୍ର ସୁନା ପ୍ରମୁଖ ଉପସ୍ଥିତ ହୋଇ ବିଜେଡ଼ି ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ବିଷୟରେ ଆଲୋକପାତ କରିବା ସହ କଳିକେଶ ଏବଂ ସୁରେନ୍ଦ୍ର ସିଂ ଭୋଇଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଥିଲେ । ସଭା ଶେଷ ବେଳକୁ ସୁକତେଲ ନଦୀ ଉପରେ ହୋଇଥିବା ଡେମ୍‌ ପାଣି ଆମେ ଶୀଘ୍ର ପାଇବା ବୋଲି କହି ଆହୁରି ନଅଗୋଟି ପଞ୍ଚାୟତବାସୀ କିଭଳି ପାଣି ପାଇବେ ସେ ଦିଗରେ ଚେଷ୍ଟା ଚାଲିଛି ବୋଲି କଳିକେଶ ନାରାୟଣ ସିଂହଦେଓ କହିଥିଲେ । ସୁକତେଳ ଅଞ୍ଚଳରେ ରୋଜଗାର ହରାଇଥିବା ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ସମାଜସେବୀ ବିବେକ ପ୍ରଧାନ ଓ ସାଥୀଙ୍କ ଅନୂରୋଧ କ୍ରମେ ସେହି ସୁକତେଲ ପାର୍ଶ୍ଵରେ ଥିବା ପଡିଆ ଜମି ସରକାରଙ୍କଠୁ ଅଧିଗ୍ରହଣ କରି ଇଣ୍ଡଷ୍ଟ୍ରି ବସାଇବା ପାଇଁ ମୁଁ ବଦ୍ଧ ପରିକର ବୋଲି କହି ବିଜେଡିକୁ ଦୁଇଟି ଭୋଟ୍‌ ଦେବା ପାଇଁ କହିଥିଲେ କଳିକେଶ ।

Leave A Reply

Your email address will not be published.

nineteen − 5 =