pakka

ଜଜ୍‌ବା ଅନୁଷ୍ଠାନ ପକ୍ଷରୁ ଜନସେବା କାର୍ଯ୍ୟକ୍ରମ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହରୀ ସାରା ଦେଶକୁ କବଳିତ କରିଛି । ଓଡ଼ିଶାରେ ମଧ୍ୟ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସହଯୋଗର ହାତ ବଢ଼ାଇଛି ଜଜ୍‌ବା ଅନୁଷ୍ଠା । ଅନୁଷ୍ଠାନର ଅଧ୍ୟକ୍ଷ ସଫଦର ହାସିମଙ୍କ ନେତୃତ୍ୱରେ ରାଜଧାନୀର ବିଭିନ୍ନ ସ୍ଥାନରେ କୋଭିଡ ସଚେତନତା ବାର୍ତ୍ତା ପ୍ରଦାନ କରାଯିବା ସହ ବସ୍ତି ବାସିନ୍ଦାଙ୍କୁ ମାସ୍କ, ସାନିଟାଇଜର ଓ ଶୁଖିଲା ଖାଦ୍ୟ ପ୍ରଦାନ କରି ଆସିଛି ଅନୁଷ୍ଠାନ । ଏହି ପରିପ୍ରେକ୍ଷୀରେ ଆଜି ଜଜ୍‌ବା ଅନୁଷ୍ଠାନ ପକ୍ଷରୁ ପବିତ୍ର ରମଜାନ ମାସ ଅବସରରେ ଗରିବ ଲୋକଙ୍କୁ ମାଗଣା ରାସନ ସାମଗ୍ରୀ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋକପ୍ରିୟ ଅଭିନେତା ଶ୍ରୀତମ ଦାସ ଯୋଗ ଦେଇ ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଭିନେତା ବାବୁରାଜା ଓ ଆଙ୍କର୍‌ ଲିଜା ପରିଚାଳନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଗତବର୍ଷ ଏହି କୋଭିଡ ସମୟରେ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର, କଟକ, କଟକ ସଦର, ନିଆଳି, ସାଲେପୁର, ଖୋର୍ଦ୍ଧା, ଜଟଣୀ, ପୁରୀର ବିଭିନ୍ନ ଅଂଚଳରେ ରାସନ ସାମଗ୍ରୀ, ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ, ମାସ୍କ, ସାନିଟାଇଜର୍‌, ଶୀତବସ୍ତ୍ର ବଂଟନ କରିବା ସହ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରିଛି ଜଜ୍‌ବା ଅନୁଷ୍ଠାନ । ସବୁ ସମୟରେ ଲୋକଙ୍କୁ ସହଯୋଗ କରି ଆସୁଥିବା ସଫଦର ହାସିମଙ୍କ ଏଭଳି ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

3 + fifteen =