csstore

କଳାହାଣ୍ଡିରେ ଶାନ୍ତି ଶୃଙ୍ଖଳାର ସହ ସମାପନ ହେଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନ : ଜାଣନ୍ତୁ, କିଏ କେଉଁ ବ୍ଲକରୁ ହେଲେ ନିର୍ବାଚିତ

କଳାହାଣ୍ଡି, (ପି.କେ ସାହୁ) : ସାରା ରାଜ୍ୟରେ ଗତକାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସେହି କ୍ରମରେ କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସଂପନ୍ନ ହୋଇଥିବା ଜଣାପଡିଛି । ନିର୍ବାଚନ ପାଇଁ ପ୍ରତ୍ୟେକ ବ୍ଲକରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜାରି ହୋଇଥିବା ଫଳାଫଳ ଘୋଷଣା ଅନୁସାରେ କଲମପୁର ବ୍ଲକରୁ ମୋତି ବିହାରୀ, କର୍ଲାମୁଣ୍ଡା ବ୍ଲକରୁ କୁନି ସାହୁ, କେସିଙ୍ଗାରୁ ଚନ୍ଦନ କୁମାର ସେନାପତି, କୋକସରାରୁ ରିତା ଅଗ୍ରୱାଲ, ଗୋଲାମୁଣ୍ଡାରୁ ବିନ୍ଦୁ ମହାନନ୍ଦ, ଜୟପାଟଣାରୁ ଥବିର ବାଗ, ଜୁନାଗଡରୁ ସବିତା ମେହେର, ଥୁଆମୂଲ ରାମପୁରରୁ ଦୟାନିଧି ମାଝୀ, ଧର୍ମଗଡରୁ ବବିତା ପଟ୍ଟଯୋଶୀ, ନର୍ଲାରୁ ମନୋରମା ମହାନ୍ତି, ଭବାନୀପାଟଣାରୁ ପ୍ରଫୁଲ୍ଲ କୁମାର ସାହୁ, ମଦନପୁର ରାମପୁରରୁ ମନ୍ଦାକୀନି ସିଂହଦେଓ ଏବଂ ଲାଞ୍ଜିଗଡ଼ରୁ କମଳା ପାତ୍ର ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ ମଧ୍ୟରୁ କଲମପୁର, କର୍ଲାମୁଣ୍ଡା, କୋକସରା, ଜୟପାଟଣା, ଧର୍ମଗଡ଼ ଓ ଭବାନୀପାଟଣା ଏମିତି ୬ଟି ବ୍ଲକର ଅଧ୍ୟକ୍ଷ ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ବେଳେ ବାକି ୭ଟି ବ୍ଲକରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା ।

jayashree
Leave A Reply

Your email address will not be published.