pakka

ଟିଟିଲାଗଡ ସହରରେ ସପ୍ତାହନ୍ତ ସଟ୍‌ଡାଉନ୍‌ : ରା‌ସ୍ତାଘାଟ ଜନଶୂନ୍ୟ

bbehera

ଟିଟିଲାଗଡ, (ଗୌରବ ଦର୍ଜୀ) : ମହାମାରୀ କରୋନାର ଭୟାବହତାକୁ ନେଇ ଆଜି ଠାରୁ ଛତିଶଗଡ ରାଜ୍ୟ ସୀମାନ୍ତ ଅଞ୍ଚଳକୁ ଲାଗି ରହିଥିବା ଅଞ୍ଚଳ ଗୁଡ଼ିକରେ ରାତ୍ରୀକାଳୀନ କର୍ଫ୍ୟୁ ସଂଧ୍ୟା ୬ ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ଜାରି କରାଯାଇଥିବା ବେଳେ ଆଜି ଠାରୁ ପ୍ରତି ଶନିବାର ଏବଂ ରବିବାର ଦୁଇ ଦିନ ଧରି ସପ୍ତାହନ୍ତ ସଟଡାଉନ ଘୋଷଣା କରାଯାଇଛି । ଆଜି ମହାମାରୀ କରୋନାର ଦ୍ଵିତୀୟ ଲହରୀର ପ୍ରଥମ ସଟଡାଉନରେ ଟିଟିଲାଗଡ଼ ସହରରେ କାଁ ଭାଁ ଛାଡ଼ିଦେଲେ ରା‌ସ୍ତାଘାଟ ଜନଶୂନ୍ୟ ଥିବା ଦେଖାଯାଇଛି । ବର୍ତମାନ ପର୍ୟ୍ୟନ୍ତ ଟିଟିଲାଗଡ଼ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧ ରହିଥିବା ବେଳେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଂକା ରହିଛି । ଦ୍ଵିତୀୟ ଲହରୀର ପ୍ରଥମ ସଟ ଡାଉନର ପ୍ରଥମ ଦିନରେ ଆଜି ଟିଟିଲାଗଡ଼ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଔଷଧ ଦୋକାନ, ପେଟ୍ରୋଲ ପମ୍ପ ବ୍ୟତୀତ ଅନ୍ୟ ସବୁ ଦୋକାନ ବନ୍ଦ ରହିଛି । ରାସ୍ତା ଘାଟ ଶୁନଶାନ୍ ହୋଇ ପଡିଛି । ଗତକାଲି ଡ଼ାକବାଜି ଯନ୍ତ୍ର ଯୋଗେ ଟିଟିଲାଗଡ ପ୍ରଶାସନ ତରଫରୁ ଘୋଷଣା କରି ଅତି ଜରୁରୀ ନ ହେଲେ ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି । ଜରୁରୀକାଳୀନ ସମୟରେ ଘରୁ ବାହାରକୁ ବାହାରିଲେ ମୁହଁରେ ମାକ୍ସ ଏବଂ ସାମାଜିକ ଦୂରତା ପାଳନ କରିବା ପାଇଁ ସଚେତନ କରାଯାଇଛି । ଜରୁରୀ କାଳୀନ ସେବାକୁ ବାଦ ଦେଇ ବାକି ସବୁ ବନ୍ଦ ରହିଛି । ସହରର ବିଭିନ୍ନ ଛକରେ ପୋଲିସ ରହି ଲୋକଙ୍କୁ ସଚେତନ କରିବା ସହ ଜରୁରୀ କାମ ନ ଥିଲେ ଘରକୁ ଯିବା ପାଇଁ କହୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

two × three =