csstore

ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ପଦ୍ମପୁର ସାଙ୍ଗଠାନିକ ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଜିଲ୍ଲା ସଭାପତି କେଶବ ଚନ୍ଦ୍ର ଜାଲଙ୍କ ନେତୃତ୍ୱରେ ଏକ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ଏକ ଦାବୀପତ୍ର ପଦ୍ମପୁର ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ପ୍ରଦାନ କରାଯାଇଛି । ଏଥିରେ ଫାଉଣ୍ଡେସନର ସାଧାରଣ ସମ୍ପାଦକ ରହିମ ମେହେର, ବୁଦ୍ଧିଜୀବୀ ପ୍ରମୁଖ ପ୍ରଦୀପ କୁମାର ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୁଣମଣି ପଟେଲ, ସକ୍ରିୟ ସଦସ୍ୟ ଓମ୍‌ ପ୍ରକାଶ ଭୋଇ, ରାମଚନ୍ଦ୍ର ବାଜପେୟୀ, ଅନ୍ତର୍ଯ୍ୟାମୀ ମେହେର, ଚିନ୍ମୟ ପଣ୍ଡା, ହରି ସିଂହ, ଶୁଧାଂଶୁ ପଟେଲ, ଜନକ ସାହୁ, ପ୍ରେମରାଜ ବୁଡେକ, ପ୍ରମୋଦ ମେହେର, ଲକ୍ଷ୍ମଣ ସାହୁ, ନିଳାଞ୍ଚଳ ଦରୁଆନ, ପୁର୍ଣ୍ଣଚନ୍ଦ୍ର ସାହୁ, ନିରାକାର ଜାଲଙ୍କ ସମେତ ଅନେକ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.