oom

ବାଲିଗୁଡ଼ାରେ କଂଗ୍ରେସର ବିରାଟ ଜନ ଜାଗରଣ ସଭା : ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ଯୋଗ ଦେବେ

jsmm

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶନିବାର ୨ ତାରିଖ ଦିନ ୧୧ଟା ସମୟରେ ସ୍ଥାନୀୟ ସଭାଗୃହଠାରେ ଏକ ବିରାଟ ଜନ ଜାଗରଣ ସଭା ସହ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହେବ । କେନ୍ଦ୍ରରେ ବିଜେପି ନେତୃତ୍ଵାଧୀନ ସରକାର ଓ ରାଜ୍ୟରେ ବିଜେଡି ସରକାରଙ୍କ ଭ୍ରଷ୍ଟାଚାର ଓ ଏକଛତ୍ର ବାଦ ବିରୋଧରେ ଏକତ୍ରିତ ହେବା ଜନ ଜାଗରଣ କରିବା କଂଗ୍ରେସର ଲକ୍ଷ୍ୟ ବୋଲି କନ୍ଧମାଳ ଲୋକସଭା କ୍ଷେତ୍ରର ଏଲ୍‌ଡିଏମ୍‌ ସଂଯୋଜକ ଅମିର ଚାନ୍ଦ ନାୟକ ପ୍ରକାଶ କରିଛନ୍ତି । ଏଥିରେ ରାଜ୍ୟ ପ୍ରଭାରୀ ଚେଲା କୁମାର, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, କନ୍ଧମାଳ ଜିଲ୍ଲା ପ୍ରଭାରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା, ଜିଲ୍ଲା ସଭାପତି ଅନାମ ନାୟକ, ଅମିର ଚାନ୍ଦ ନାୟକ, ପୂର୍ବତନ ସାଂସଦ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ, ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ନକୁଳ ନାୟକ ପ୍ରମୁଖ ଏହି ସଭାର ଅଧ୍ୟକ୍ଷତା କରିବେ । ଜିଲ୍ଲାର ସମସ୍ତ ବ୍ଲକ ସଭାପତି, ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, ମହିଳା କଂଗ୍ରେସ ସଦସ୍ୟ, ଯୁବ କଂଗ୍ରେସ ସଦସ୍ୟ, ଅନୁସୂଚିତ ଜନଜାତି, ଜାତି ବର୍ଗର ସଭାପତି ସମେତ ୧୦ ହଜାରରୁ ଅଧିକ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ବିଜେପି ଓ ବିଜେଡି ଦଳ ଛାଡ଼ି କଂଗ୍ରେସରେ ପ୍ରାୟ ୧ ହଜାରରୁ ଅଧିକ ଲୋକ ଯୋଗ ଦେବେ ।

jittmm
Leave A Reply

Your email address will not be published.