csstore

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁରର ବାର୍ଷିକୋତ୍ସବ ‘ଜମ୍ବୋରୀ-୨’ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁର ଠାରେ ବାର୍ଷିକୋତ୍ସବ ଜମ୍ବୋରୀ-୨ ମହା ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଫୁଲ୍ଲ କୁମାର ଅଦୁ ବିଡ଼ିଓ ପାଇକମାଲ, ଜିତେନ୍ଦ୍ର କୁମାର ପ୍ରଧାନ ଅଧ୍ୟକ୍ଷ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଝାରବନ୍ଧ, କର୍ମୁ ବିଶ୍ୱାଳ ଭିଏମ୍‌ଡିସି ମେମ୍ବର, ପବିତ୍ରା ପାଣିଗ୍ରାହୀ, ସୁରେନ୍ଦ୍ର ପ୍ରତାପ ସିଂ ବରିହା ଜିଲ୍ଲା ପରିଷଦ ସଦସ୍ୟ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରଜ୍ଞା ପ୍ରତିମା ନାଏକ, ଆସିଷ୍ଟାଣ୍ଟ ପ୍ରଫେସର ଜୀବ ବିଜ୍ଞାନ ପଞ୍ଚାୟତ ମହା ବିଦ୍ୟାଳୟ ବରଗଡ଼ ଯୋଗଦାନ କରି ଆଦର୍ଶ ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କୁ ନିରବତା ରକ୍ଷା, ସହନଶୀଳତା, କଠିନ ପରିଶ୍ରମ ବଳରେ ନିଜର ଭବିଷ୍ୟତ ସାଙ୍ଗକୁ ଦେଶକୁ ଗଢ଼ି ତୋଳିବା ଉପରେ ଦିଗଦର୍ଶନ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପୁରୋହିତ ବିଦ୍ୟାଳୟରେ ପାରଦର୍ଶିତା ଅର୍ଜନ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ଶିକ୍ଷକ ତରୁଣ କୁମାର ଦାଶ ସଭାର ସଂଯୋଜନା କରିଥିବା ବେଳେ ଶେଷରେ ଶିକ୍ଷକ ଅମିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କ୍ରମରେ ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଳା ଓ ସ୍ଥାପତ୍ୟକୁ ନେଇ ଏକ ପ୍ରତିଯୋଗିତା ବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଥିଲା । ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଅବିନାଶ ମହାନନ୍ଦ, ସାଇଶଙ୍କର ବେହେରା, ଶ୍ରୀମତୀ ସ୍ମୃତି ପ୍ରିୟଦର୍ଶିନୀ ସାହୁ, ସୁଶ୍ରୀ କାକନମାଳା ସାହୁ, ସୁଶ୍ରୀ ମୀରାମ୍ବିକା ପଟେଲ, କଣ୍ଠେଶ୍ୱର ପଧାନ, ସୁଦାମ ସାହୁ, ଦୀପକ ପ୍ରଧାନ, ଶ୍ରୀମତୀ ପ୍ରିୟାବତୀ ପ୍ରଧାନ, ଅଭିନନ୍ଦନ ମିଶ୍ର, ସୁଶ୍ରୀ ରାକ୍ଷୀ ନାଏକ, ନୀଳମାଧବ ପଧାନ, ପି.ଉମେଶ, ସୁଶ୍ରୀ ଲିପ୍ସା ପ୍ରଧାନ, ଦୁଷ୍ମନ୍ତ ମେହେର ପ୍ରମୁଖଙ୍କ ଅକ୍ଲାନ୍ତ ସହଯୋଗରେ ଜମ୍ବୋରୀ -୨ ବାର୍ଷିକ ଉତ୍ସବ ସୁରୁଖୁରୁରେ ସମାପନ ହୋଇଥିଲା । ଏହି ପରିପ୍ରେକ୍ଷୀରେ ପୁରାତନ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ବିଦ୍ୟାଳୟ ପ୍ରାରମ୍ଭରୁ କାର୍ଯ୍ୟରତ ଥିବା ଶିକ୍ଷକ ତରୁଣ କୁମାର ଦାଶ ଓ ଶିକ୍ଷୟିତ୍ରୀ ସୁଶ୍ରୀ ରୀନା ଭୋଇଙ୍କୁ ସ୍କୁଲ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.