ଜଳୁଛି ପଶ୍ଚିମ ଓଡ଼ିଶା : ବଲାଙ୍ଗିରରେ ତାପମାତ୍ରା ୪୬.୩ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ପ୍ରବଳ ଖରାରେ ପଶ୍ଚିମ ଓଡ଼ିଶା ଜଳୁଛି । ବିନା ଚପଲରେ ମାଟି ଉପରେ ପାଦ ରଖି ହେଉନାହିଁ। ପୋଖରୀର ପାଣି ଫୁଟୁଛି । ଆଜି ପଶ୍ଚିମ ଓଡ଼ିଶାର ୭ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ବଲାଙ୍ଗିର ତାପମାତ୍ରା ରେକର୍ଡ କରିଛି । ଏଠାରେ ୪୬.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ସୋନପୁରରେ ୪୬.୨, ଟିଟିଲାଗଡ଼-ଝାରସୁଗୁଡ଼ାରେ ୪୬, ସମ୍ବଲପୁରରେ ୪୫.୬, ବୌଦ୍ଧରେ ୪୫.୩ ଓ ହୀରାକୁଦରେ ୪୫. ୧ ଡିଗ୍ରୀ ପାରଦ ବଢ଼ିଛି । ପ୍ରବଳ ଖରା ଯୋଗୁଁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି । ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତିକୁ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୪୮ ଘଣ୍ଟା ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ତାତି ସହ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.