pakka

ଟ୍ରକକୁ ପଛରୁ ପିଟିଲା ଟ୍ରକ୍ : ଟ୍ରକ୍ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର

bbehera

ନୂଆପଡ଼ା : ଟ୍ରକକୁ ପଛରୁ ପିଟିଲା ଟ୍ରକ୍ । ଧକ୍କା ହେବା ଫଳରେ ପଛରେ ଥିବା ଟ୍ରକ୍ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା୍ ନିକଟରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଆଗରେ ଥିବା ଟ୍ରକଟି ହଠାତ ବ୍ରେକ କରିଥିବା ବେଳେ ପଛରେ ଥିବା ଟ୍ରକଟି ଭରସାମ୍ୟ ହରାଇ ଆଗ ଟ୍ରକକୁ ଧକ୍କା ଦେଇଥିଲା । ଧକ୍କା ପରେ ଟ୍ରକରେ ନିଆଁ ଲାଗି ଯାଇଥିଲା । ଡ୍ରାଇଭରଙ୍କୁ ଉଦ୍ଧାର କରିବା ପାଇଁ ଅନେକ ଚେଷ୍ଟା କରା ଯାଇଥିବା ବେଳେ ଷ୍ଟିଅରିଙ୍ଗ ଓ ସିଟରେ ଚାପି ହୋଇଥିବାରୁ ବାହାର କରାଯାଇ ପାରିନଥିବା କୁହାଯାଉଛି । ଘଟଣାସ୍ଥଳରେ ସିନାପାଲି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଲିଭାଇଥିଲେ ମଧ୍ୟ ଡ୍ରାଇଭରଙ୍କୁ ଜୀବନ୍ତ ଉଦ୍ଧାର କରି ପାରିନଥିଲେ । ଉଭୟ ଟ୍ରକ ରାଜସ୍ଥାନ ଅଞ୍ଚଳର ବୋଲି ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

four × four =

error: Content is protected !!