csstore

ଖପ୍ରାଖୋଲରେ ନିରନ୍ତର କୃଷି ସମ୍ପର୍କିତ କର୍ମଶାଳା : ଜୈବିକ କୃଷି ଓ ପ୍ରାକୃତିକ ସମ୍ବଳ ପରିଚାଳନାକୁ ଗୁରୁତ୍ୱ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ଏଫ୍‌ଇଏସ୍‌, କୃଷିବିଭାଗ ଓ ଓଏଲ୍‌ଏମ୍‌ର ମିଳିତ ଉଦ୍ୟମରେ ନିରନ୍ତର କୃଷି ସମ୍ପର୍କିତ ଅନୁଭୂତି ସଙ୍କଳନ କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ଏଫ୍‌ଇଏସ୍‌ ଜିଲ୍ଲା ସଂଯୋଜକ ସୁଜିତ କୁମାର ଶତପଥୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ମୁଖ୍ୟବକ୍ତା ରୂପେ ପାଟଣାଗଡ କୃଷି ଜିଲ୍ଲା ଅଧିକାରୀ ବାବୁଲି ଚରଣ ସେଠୀ, ଖପ୍ରାଖୋଲ ବ୍ଲକ୍ କୃଷି ଅଧିକାରୀ ସନ୍ତୋଷ କୁମାର ମେହେର, ସହକାରୀ କୃଷି ଅଧିକାରୀ ରଜେଶ୍ୱରୀ ଭୋଇ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଜୀନିତା ବରୁଆ, ଓଏଲ୍‌ଏମ୍‌ ବିଏଲ୍‌ସି ପ୍ରଶାନ୍ତ କୁମାର ନନ୍ଦ ପ୍ରମୁଖ ଯୋଗଦେଇ ଥିଲେ । ପ୍ରଥମେ ବୃକ୍ଷ ପୂଜା ସହ କର୍ମଶାଳା ଆରମ୍ଭ ହୋଇଥିଲା । କର୍ମଶାଳାରେ ନିରନ୍ତର କୃଷି ପଦ୍ଧତି, ଜୈବିକ କୃଷି, ପ୍ରାକୃତିକ ସମ୍ବଳର ପରିଚାଳନା ଉପରେ ଆଲୋଚନା ହୋଇଥିଲା । ନିରନ୍ତର କୃଷି ପଦ୍ଧତି ଦ୍ଵାରା ଚାଷୀ କିଭଳି ରୋଗ ପୋକ ନିୟନ୍ତ୍ରଣ ହୋଇପାରୁଛି ସେନେଇ ନିଜ ଅଭିଜ୍ଞତା ଉପସ୍ଥାପନ କରିଥିଲେ । କର୍ମଶାଳାରେ ଏମ୍‌ବିକେ, କୃଷକ ସାଥୀ, କୃଷି ମିତ୍ର, ଜିଆର୍‌ଏସ୍‌, ସିଆର୍‌ପି, ଜୈବିକ ଚାଷୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ମାଷ୍ଟର ଟ୍ରେନର ଅଭୟ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଥବିର ଧରୁଆ, ଲୌକିକ ଧରୁଆ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.