pakka

ଶ୍ରୀ ସାଲେଶ୍ୱର ମହାଦେବଙ୍କ ପୀଠରେ ଯଂଜ୍ଞ ଓ ମହାଜଜ୍ଞର ଆୟୋଜନ

bbehera

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ବିଶ୍ୱର କଲ୍ୟାଣ ତଥା ସର୍ବସାଧାରଣମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ମଙ୍ଗଳମୟ ଶିବଙ୍କ ନିକଟରେ ଘୃତାର୍ପଣ ପୂର୍ବକ ଯଂଜ୍ଞ ଓ ମହାଜଜ୍ଞର ଆୟୋଜନ ଆମ ହିନ୍ଦୁ ପରମ୍ପରାର ଏକ ବିଶେଷ ଅଙ୍ଗ ଭାବେ ରହିଆସିଅଛି । ଏହିପରି ଏକ ଆଧ୍ୟାତ୍ମିକ ଓ ମାଙ୍ଗଳିକ ଉଦ୍ୟମ ବିଗତ ଛତିଶ ବର୍ଷ ଧରି ଖୋର୍ଦ୍ଧା ଜିଲ୍ଲାର ଅଣ୍ଡା ଗ୍ରାମରେ ହିରଣ୍ୟଗର୍ଭ ଶ୍ରୀ ସାଲେଶ୍ୱର ମହାଦେବଙ୍କ ନିକଟରେ ହୋଇ ଆସୁଅଛି । ଚଳିତ ବର୍ଷ ମାର୍ଚ୍ଚ ଏଗାର ତାରିଖରୁ ପନ୍ଦର ତାରିଖ ପର୍ଯ୍ୟନ୍ତ ଏହି ମହାଯଜ୍ଞର ୩୬ତମ ବର୍ଷ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମଟି ପାଞ୍ଚ ଦିନ ବ୍ୟାପି ଲାଗି ରହିଥିଲା । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ୧୧ ତାରିଖ ଦିନ ଏହି ଯଂଜ୍ଞ ଆରମ୍ଭ ହୋଇ ୧୨/୧୩/୧୪ ତାରିଖରେ ବିଭିନ୍ନ ପଣ୍ଡିତ ମାନଙ୍କ ଦ୍ୱାରା ହୋମ ଯଂଜ୍ଞ କରାଯାଇ ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଲୋକ ମାନଙ୍କର ମଙ୍ଗଳ କାମନା କରାଯାଇଥିଲା । ୧୫ ତାରିଖ ଯଂଜ୍ଞର ପୂର୍ଣ୍ଣାହୁତି ଦିନ ରାଜ୍ୟର ବିଭିନ୍ନ କଣ୍ଠଶିଳ୍ପୀମାନେ ଭଜନ ପ୍ରାର୍ଥନା କରି ଈଶ୍ୱରଙ୍କ ନିକଟରେ ବିଶ୍ୱର କଲ୍ୟାଣ କାମନା କରିଥିଲେ । ପଣ୍ଡିତ ପଲାଗାୟକ, କଣ୍ଠଶିଳ୍ପୀ ତଥା ଜନ ସାଧାରଣ ମାନଙ୍କର ସହଯୋରେ ଏହି ଯଂଜ୍ଞର ୩୬ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ସୂଚାରୁରୂପେ ପାଳନ କରାଯାଇଥିଲା । ୧୩ତାରିଖ ଓ ୧୪ ତାରିଖ ସନ୍ଧ୍ୟାରେ ରାଜ୍ୟର ବିଶିଷ୍ଟ ପାଲା ଗାୟକ ବାସୁଦେବ ମହାପାତ୍ର ଓ ଗୋଦାବରୀଶ ରଥଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିବା ବେଳେ ୧୫ ତାରିଖ ଦିନ ପୁରୀ ମାତିତୋଟା ଯୋଗମାୟା ଯୁବକ ସଙ୍ଘ ତରଫରୁ ମହାପ୍ରସାଦ ଓ ଟଙ୍କ ତୋରାଣି ବଣ୍ଟନ କରାଯାଇଥିଲା ।

jay balangir
Leave A Reply

Your email address will not be published.

nineteen + two =