କାଠ ଭର୍ତ୍ତି ମହିନ୍ଦ୍ରା ମ୍ୟାକ୍ସ ପିକଅପ ଗାଡ଼ି ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୋଡ଼େନ ଥାନା ଅନ୍ତର୍ଗତ ଦହିତା କଲେଜଠାରେ କେନ୍ଦୁ ଗଣ୍ଡି ଚୋରି କରି ନେଉଥିବା (ଓଆର ୦୫ ଏଇ ୮୩୨୫) ମହିନ୍ଦ୍ରା ମ୍ୟାକ୍ସ ପିକଅପ ଗାଡ଼ିକୁ ବନ ବିଭାଗ ଜବତ କରିଛି । ତେବେ ଜବତ କାଠ ୨୫୦୦ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧,୨୫,୦୦୦ ଟଙ୍କା ବୋଲି ରେଞ୍ଜର ରଞ୍ଜିତ ସିଂ ବାବୁ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପାଟଣାଗଡ଼ରୁ ପଦ୍ମପୁର ରାସ୍ତାରେ ଏକ ପିକପ ଯୋଗେ ମୂଲ୍ୟବାନ କେନ୍ଦୁ କାଠ ଚାଲାଣ ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ବନାଞ୍ଚଳ ଅଧିକାରୀ ରଞ୍ଜିତ ସିଂ ବାବୁ, ବନପାଳ ସରୋଜ କୁମାର ସାହୁ, ରାଧାକାନ୍ତ କୁମ୍ଭାର, ପଦ୍ମିନୀ ଭୋଇ, ସ୍କ୍ୱାର୍ଡ ମାନ ଠେଟୁଆ, ତରଣି ଦାଶ, ସୁଧାଂଶୁ ଶେଖର ଭଇଁସାଲ ପ୍ରମୁଖ ରାତି ୧୨ଟା ସମୟରେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ପିକଅପ ଗାଡ଼ିକୁ ଜବତ କରିଥିବା ବେଳେ ଅନ୍ଧାର ରାତିର ସୁଯୋଗ ନେଇ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଉକ୍ତ ଗାଡିକୁ ପଦ୍ମପୁର ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଥିଲା । ତେବେ ଗାଡ଼ିରେ ଡ୍ରାଇଭର ମୋବାଇଲ ଫୋନ ଛାଡି ଯାଇଥିବାରୁ ମୋବାଇଲ ଲକ୍ ଖୋଲିଲା ପରେ ଅଧିକ ସୂଚନା ମିଳିପାରିବ ବୋଲି ରେଞ୍ଜ ଅଫିସର ସୂଚନା ଦେଇଥିବା ବେଳେ ଖୁବ୍ ଶୀଘ୍ର ଗାଡି ମାଲିକ ଓ କାଠ ମାଫିଆମାନଙ୍କୁ ଚିହ୍ନଟ କରି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାଷ୍ଠାନ ଗ୍ରହଣ କରାଯିବା ସହ ୟୁଡି କେସ୍‌ ନଂ ୨ ଅଫ୍‌ ୨୦୨୫/୨୬ ରେ ମାମଲା ରୁଜୁ କରାଯାଇ ଅଧିକରୁ ଅଧିକ ତଦନ୍ତ ଜାରି ରଖିଥିବା ରେଞ୍ଜର ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.