pakka

ବିପୁଳ ପରିମାଣର ଗଞ୍ଜେଇ ଜବତ

bbehera

ଲମତାପୁଟ : ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପାଡୁଆ ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ଵରେ ପାଡୁଆ ପୋଲିସ ଖୁଡ଼ା ଜଳପ୍ରପାତ ନିକଟ ଜଙ୍ଗଲରେ ୩ଘଣ୍ଟାର ଅପରେସନ କରିଥିଲା । ଚଢାଉ ବେଳେ ଜଳପ୍ରପାତ ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏହି ଗଞ୍ଜେଇ ସବୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ଚଢାଉ କରିଛି । ତେବେ ଘଟଣାସ୍ଥଳରୁ ମାଫିଆମାନେ ଫେରାର୍ ହୋଇଯାଇଛନ୍ତି । ସୂଚନାନୁଯାୟୀ, ଘଟଣାସ୍ଥଳରୁ ୨୭ଟି ବସ୍ତାରୁ ପ୍ରାୟ ୮ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଏହି ଗଞ୍ଜେଇ ସବୁ ବାହାର ରାଜ୍ୟକୁ ଚାଲାଣ କରାଯିବାକୁ ପ୍ରସ୍ତୁତ ହେଉଥିଲା । ତେବେ ଚଳିତ ବର୍ଷ ପୋଲିସ ପ୍ରାୟ ୮ ଶହ ଏକର ଗଞ୍ଜେଇ ଚାଷ ନଷ୍ଟ କରିବାରେ ସଫଳ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଗଚ୍ଛିତ ହୋଇଥିବା ଗଞ୍ଜେଇ ଜବତ କରିଛି ।

jay balangir
Leave A Reply

Your email address will not be published.

two × two =