
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସ ୫୯ ନଂ.ଜାତୀୟ ରାଜପଥ ସୀତାପଡ଼ି ଗ୍ରାମ ନିକଟରେ ମଙ୍ଗଳବାର ପେଟ୍ରୋଲିଂ କରୁଥିବା ସମୟରେ ଏକ ଟୟୋଟା କାରକୁ ଅଟକାଇ ତଲାସି କରିବା ସମୟରେ ସେଥିରୁ ୨୩ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏହି କାରରେ ବିହାର ଅଭିମୁଖେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ତିନିଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାର ପପୁ ରସ୍ତୋଗୀ, ଆଚ୍ଛେ ଲାଲ ସରୋଜ, ସନ୍ଦୀପ କୁମାର ପ୍ରଜାପତି ବୋଲି ପୋଲିସ ପ୍ରକାଶ କରିଛି । ପୋଲିସ ଜବତ କରିଥିବା ଟୟୋଟା କାର ସହ ୨୩ କେଜି ଗଞ୍ଜେଇକୁ ଜବତ କରିଥିବା ବେଳେ ଏହି ଘଟଣାରେ ବାଲିଗୁଡ଼ା ଥାନାରେ କେସ ନଂ-୧୪୩/୨୦୨୬ ରୁଜୁ କରି ଏହି ଗଞ୍ଜେଇ ଚାଲାଣ ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଚଳାଇଥିବା ବିଷୟ ଥାନା ଅଧିକାରୀ ଶିବ ଶଙ୍କର ସିଂ ପ୍ରକାଶ କରିଛନ୍ତି ।