୩୮୫ କେଜି ଗଞ୍ଜେଇ ଜବତ

ମନମୁଣ୍ଡା : ମନମୁଣ୍ଡା ଥାନା ଶଗଡ଼ାଫାଣ୍ଡି ପଞ୍ଚାୟତ ବାରକୂଥୁଲି ଜଙ୍ଗଲରୁ ୩୮୫ କେଜି ଗଞ୍ଜେଇ ଜବତ ହୋଇଥିବା ନେଇ ମନମୁଣ୍ଡା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ କୁଲଦୀପ ମୀନା ସୂଚନା ଦେଇଛନ୍ତି । ବାରକୂଥୁଲି ଜଙ୍ଗଲରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ମନମୁଣ୍ଡା ଥାନା ଅଧିକାରୀ ରାମକୁମାର ମୁର୍ମୁଙ୍କ ନେତୃତ୍ୱରେ ଏକ ଟିମ ମଙ୍ଗଳବାର ଶଗଡାଫାଣ୍ଡିର ବାରକୂଥୁଲି ଜଙ୍ଗଲରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ୩୮୫ କେଜି ଗଞ୍ଜେଇ ଜବତ କରାଯାଇଥିଲା। ପୁଲିସ ଆସିବା ଖବରପାଇ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ଉକ୍ତ ଘଟଣାରେ ମନମୁଣ୍ଡା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.

7 + four =