ବିଶ୍ୱ ଜଙ୍ଗଲ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ମାର୍ଚ୍ଚ ୨୧ରେ ପାଳନ କରାଯାଏ ‘ବିଶ୍ୱ ଜଙ୍ଗଲ ଦିବସ’ । ଆମ ଗ୍ରହକୁ ସବୁଜ ସୁନ୍ଦର ରଖିବାରେ ଜଙ୍ଗଲର ଭୂମିକାକୁ ସ୍ମରଣ କରିବା ହେଉଛି ଏହି ଦିବସ ପାଳଦର ତାତ୍ପର୍ଯ୍ୟ । ବାୟୁକୁ ଶୁଦ୍ଧ କରିବାଠାରୁ ଆରମ୍ଭ କରି ଅସଂଖ୍ୟ ବିବିଧ ଜୈବ ଜାତିର ବାସସ୍ଥାନ ହେଉଛି ଜଙ୍ଗଲ । ଜଙ୍ଗଲ କେବଳ ଫୁସଫୁସ ନୁହେଁ ପୃଥିବୀର ରକ୍ଷକ ଅଟେ । ବିଶ୍ଵ ତାପନ ନୀୟନ୍ତ୍ରଣ, ଜଳ ଚକ୍ର ନିୟନ୍ତ୍ରଣ, ଫରିସଂସ୍ଥାର ସନ୍ତୁଳନ ରକ୍ଷା କରିବାରେ ଜଙ୍ଗଲର ଭୂମିକା ଅତୁଳନୀୟ ଅଟେ । ବିଶ୍ଵ ଜଙ୍ଗଲ ଦିବସ ୨୦୨୪ର ବିଷୟବସ୍ତୁ ହେଉଛି ‘ଜଙ୍ଗଲ ଏବଂ ଅଭିନବତା : ଏକ ଉନ୍ନତ ବିଶ୍ୱ ପାଇଁ ନୂତନ ସମାଧାନ’ । ବିଶ୍ଵରେ ପରିସଂସ୍ଥୀୟ ସନ୍ତୁଳନ ପାଇଁ ଜଙ୍ଗଲର ବହୁମୁଖୀ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରତିଫଳିତ କରେ । ବିଭିନ୍ନ ବିକାଶମୂଳକ ଏବଂ ଅଣ-ବନବିକାଶ କାର୍ଯ୍ୟକଳାପ ପାଇଁ ଅପସାରଣ କାରଣ ହେତୁ ପ୍ରାକୃତିକ ଜଙ୍ଗଲ ଦ୍ରୁତ ଗତିରେ ସଂକୁଚିତ ହେଉଛି । ଫଳରେ ଜଙ୍ଗଲ ନିଜର ପରିସଂସ୍ଥୀୟ ସେବା ପ୍ରଦାନ କ୍ଷମତା ହରାଇ ବସୁଛି । ପରିଣାମ ସ୍ୱରୂପ ବିଶ୍ଵ ତାପନ, ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ହ୍ରାସ, ବିଦେଶୀ ବୀଜର ଉଗ୍ର ପ୍ରବେଶ, ପାରିପାର୍ଶ୍ବିକ ସନ୍ତୁଳନରେ ବିଭ୍ରାଟ ଭଳି ଅନେକ ସମସ୍ୟା ଉପୁଜିଥାଏ । “ଜଙ୍ଗଲ କାହାର ନିଜର ସମ୍ପତ୍ତି ନୁହେଁ ଯେ ଏହାକୁ ନଷ୍ଟ କରିବା; ଏହାର ସୁରକ୍ଷା କରିବା ହେଉଛି ସମସ୍ତଙ୍କର ନୈତିକ ଦାୟିତ୍ୱ । “ଜଙ୍ଗଲ ହେଉଛି ଅସୀମ ଦୟା ଏବଂ ବଦାନ୍ୟତାର ଏକ ଅତୁଳନୀୟ ଉପାଦାନ ଯାହାକି ଏହାର ଜୀବନ ଜୀବିକା ପାଇଁ କୌଣସି ବସ୍ତୁ ଦାବି କରେ ନାହିଁ ଏବଂ ମହାନୁଭବ ଭାବରେ ଏହାର ଜୀବନ କାର୍ଯ୍ୟକଳାପର ଉତ୍ପାଦ ବିସ୍ତାର କରେ । ଏହା ସମସ୍ତ ପ୍ରାଣୀଙ୍କୁ ସୁରକ୍ଷା ଯୋଗାଇଥାଏ । ଏପରିକି ଯେଉଁ କୁରାଢିଆ ତାକୁ ହାଣିବାକୁ ଅଗ୍ରସର ହୁଏ ତାଙ୍କୁ ମଧ୍ୟ ଗଛ ଛାୟା ପ୍ରଦାନ କରିବାରେ କୁଣ୍ଠାବୋଧ କରେନାହିଁ ।

Leave A Reply

Your email address will not be published.

nine − 3 =