ବିଶ୍ୱ କବିତା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱ କବିତା ଦିବସ ପ୍ରତିବର୍ଷ ମାର୍ଚ୍ଚ ୨୧ ତାରିଖରେ ପାଳନ କରାଯାଏ । ଏହି ଆନ୍ତର୍ଜାତୀୟ ଉତ୍ସବ ଭାରତରେ ମଧ୍ୟ ବହୁ ସ୍ଥାନରେ ପାଳିତ ହୋଇଥାଏ । ୧୯୯୯ ମସିହାରେ ୟୁନେସ୍କୋ ଦ୍ୱାରା ମାର୍ଚ୍ଚ ୨୧ ତାରିଖକୁ ବିଶ୍ୱ କବିତା ଦିବସ ଭାବେ ପାଳନ କରିବା ନିଷ୍ପତ୍ତି ନିଆଯାଇଥିଲା । ୟୁନେସ୍କୋର ଘୋଷଣାନାମା ଅନୁସାରେ ଏହାର ମୂଳ ଉଦ୍ଦେଶ୍ୟ ହେଲା ସାରା ବିଶ୍ୱରେ କବିତା ଲେଖିବା, ପଢ଼ିବା, ପ୍ରକାଶନ କରିବା ଦିଗରେ ପ୍ରୋତ୍ସାହନ ଦେବା ସହ କବିମାନଙ୍କୁ ସମ୍ମାନିତ କରିବା । ଏଥି ସହ କ୍ଷେତ୍ରୀୟ, ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ କବିତା ଆନ୍ଦୋଳନକୁ ମାନ୍ୟତା ଏବଂ ପ୍ରୋତ୍ସାହନ ଦେବା ।

Leave A Reply

Your email address will not be published.

17 + 12 =

error: Content is protected !!