ବନ ବିଭାଗ ପକ୍ଷରୁ ମାଗୁରବେଡା ଗ୍ରାମ ନିକଟରୁ କାଠ ନିର୍ମିତ ସାମଗ୍ରୀ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଞ୍ଜର କର୍ମଚାରୀମାନେ ହର୍ଡ଼ାଟାଲ ବିଭାଗର ମାଗୁରବେଡା ଗ୍ରାମ ନିକଟରେ ୨୨ଟି ଶାଗୁଆନ ପଟା ଏବଂ ୧୭ଟି ଗମ୍ଭାରୀ ପଟା ଜବତ କରିଥିବା ଜଣାପଡିଛି । ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିବା ବେଳେ ଏନେଇ ଅଧିକ ଅନୁସନ୍ଧାନ ଚାଲିଥିବା ସୂଚନା ମିଳିଛି । କେଶବ କିଶୋର ନାୟକ, ରେଞ୍ଜ ଅଫିସରଙ୍କ ନିର୍ଦେଶରେ ହରିବଂଶ ପଧାନ, ଫରେଷ୍ଟର ବସନ୍ତ ମହାକୁର, ଫରେଷ୍ଟ ଗାର୍ଡଙ୍କ ସହିତ ବଲାଙ୍ଗିର ରେଞ୍ଜର ପାରା ଷ୍ଟାଫମାନେ ଏହି ଚଢ଼ାଉରେ ସାମିଲ ଥିଲେ ।

Leave A Reply

Your email address will not be published.

8 + 1 =