ବନ ବିଭାଗ ଦ୍ୱାରା ୨ ଶିକାରୀ ଗିରଫ, ବନ୍ଧୁକ ଜବତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ହରଭଙ୍ଗା ବ୍ଲକର ପୁରୁଣାକଟକ ରେଂଜର ଚାରିଛକ ସେକ୍ସନର ଯାଜପୁର ଜଙ୍ଗଲରୁ ବୁଧବାର ଅପରାହ୍ନରେ ବନ ବିଭାଗ ଦୁଇଜଣ ଶିକାରୀକୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣାକଟକ ଥାନା ବାଣୀଭୂଷଣପୁର ପଂଚାୟତର ଝାଡରାଜିଙ୍ଗ ଗ୍ରାମର ପ୍ରତାପ ଯାନୀ(୩୦) ଓ ବାଣୀଭୂଷଣପୁର ଗ୍ରାମର ଅଜୟ ଦେହୁରୀ(୨୯) । ସୂଚନା ଅନୁସାରେ ପୁରୁଣାକଟକ ରେଂଜରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରୁଥିବା ସମୟରେ ଚାରିଛକ ସେକ୍ସନର ଯାଜପୁର ଜଙ୍ଗଲରେ ବନ୍ଧୁକ ଧରି ଦୁଇଜଣ ଶିକାରୀ ଜଙ୍ଗଲକୁ ଜନ୍ତୁ ଶିକାର କରିବାକୁ ଯାଉଥିଲେ । ବନ ବିଭାଗର ଟିମ୍‌ ଚଢାଉ କରି ସେମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି । ଚଢାଉରେ ବନ ବିଭାଗର ପୁରୁଣାକଟକ ରେଂଜର ନିହାର ରଂଜନ ମଲିକ, ଫରେଷ୍ଟର ବିଜୟ ସାହୁ, ଫରେଷ୍ଟ ଗାର୍ଡ ସତୀଶ କମ୍ପ, ଫରେଷ୍ଟ ଗାର୍ଡ ମହେଶ ମାଝି ସାମିଲ ଥିଲେ ।

Leave A Reply

Your email address will not be published.