csstore

ବିଏସ୍‌ଏଫ ଯବାନଙ୍କୁ ସ୍ୱାଗତ କଲେ ବେଲପଡା ଗ୍ରାମବାସୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ଗ୍ରାମର ଜଣେ ବିଏସ୍‌ଏଫ ଯବାନଙ୍କୁ ଗ୍ରାମବାସୀ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେ ଗାଁକୁ ଆସିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଲି ଯାଇଛି । ସୂଚନା ଅନୁସାରେ, ବେଳପଡ଼ା ଗ୍ରାମର ଅରଖିତ ମେହେର ଓ ସୂର୍ଯ୍ୟକାନ୍ତି ମେହେରଙ୍କ ସୁପୁତ୍ର ଟିକେଶ୍ୱର ମେହେର ସୀମା ସୁରକ୍ଷା ବଳରେ ଜାମୁକାଶ୍ମୀରର ଉଦମପୁରରେ ତାଲିମ କାର୍ଯ୍ୟ ନିଷ୍ଠା ଭାବେ ପରିଶେଷ କରି ନିଜ ଗାଁ ବେଳପଡା ମାଟିକୁ ପ୍ରଥମ ଥର ପାଇଁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଗ୍ରାମ ଲୋକେ ତଥା ଅଂଚଳରେ ଲୋକଙ୍କ ମଧ୍ୟରେ ଖୁସି ଦେଖା ଦେଇଛି । ଏହି ଖୁସିରେ ଗ୍ରାମରେ ବଜାଗଜା ସହିତ ଜାତୀୟ ଗାନରେ ଗାଁ ଦୁଲୁକି ଉଠିଥିଲା । ଗାଁର ସମସ୍ତ ପୁରୁଷ ମହିଳା ପୁଅ ଝିଅ ସାମିଲ୍‌ ହୋଇ ଯବାନଙ୍କୁ ସ୍ୱାଗତ କରିଥିଲେ । ଏହି ସ୍ୱାଗତ ସମୟରେ ବେଲପଡ଼ା ପଞ୍ଚାୟତ ପୂର୍ବତନ ସରପଞ୍ଚ ଅଞ୍ଜନା ମେହେର, ଶିକ୍ଷାବିତ ରଞ୍ଜିତ ମେହେର, ପୂର୍ବତନ ସମିତି ସଭ୍ୟ କିଶୋର ବଘେଲ, ଭୁଲିଆ ସମାଜ ସଭାପତି ମକୁନ୍ଦ ମେହେର, ବିଏସ୍‌ଏଫ ଯବାନ ଟିକେଶ୍ୱର ମେହେରଙ୍କୁ ସେଲୁଟ ମାରି ସ୍ୱାଗତ କରିଥିଲେ । ଅଂଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରି ଗ୍ରାମ ପରିକ୍ରମା କରାଯାଇଥିଲା । ଏଥିରେ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

jayashree
Leave A Reply

Your email address will not be published.