csstore

ଟୁକୁନିଙ୍କୁ ଜବାବ ଦେଲେ ମମତା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧବାର ସକାଳେ ଟିଟିଲାଗଡ଼ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ର ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ବିଜେପି ବିଧାୟକ ନବୀନ ଜୈନଙ୍କୁ ଖୋଲା ଚାଲେଞ୍ଜ ଦେଇଥିଲେ । ତାହାର ଜବାବରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ପତ୍ନୀ ତଥା ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ଦଶ ବର୍ଷ ଧରି ବିଜେଡ଼ିର ଶାସନରେ ହୋଇଥିବା କାର୍ଯ୍ୟ ସହ ବିଗତ ଆଠ ମାସରେ କରିଥିବା ଉନ୍ନୟନ ମୂଳକ କାର୍ଯ୍ୟ ର ବିବରଣୀ ପ୍ରଦାନ କରିବା ସହ ପୂର୍ବତନ ମନ୍ତ୍ରୀଙ୍କ ଦୁଃଖ ମୁଁ ବୁଝି ପାରୁଛି ବୋଲି କହିବା ସହ ଆଗାମୀ ଦିନରେ ଯେ କୌଣସି ନିର୍ବାଚନ ହେଉ ନା କାହିଁକି ବହୁମାତ୍ରା ବ୍ୟବଧାନରେ ତାଙ୍କର ହାରିବା ସୁନିଶ୍ଚିତ ବୋଲି ବାର୍ତ୍ତା ଦେଇଛନ୍ତି । ଆଗକୁ ଦେଖିବାକୁ ରହିଲା ଟିଟିଲାଗଡ଼ ରାଜନୀତିକୁ କିଏ ନିଜର ଅକ୍ତିଆରକୁ ନେବ, ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ବଜାୟ ରଖିବ ନା ବିଜେପି ଅଧ୍ୟକ୍ଷ ପଦ ହାତେଇବ ।

jayashree
Leave A Reply

Your email address will not be published.