oom

ଗଞ୍ଜାମ ଓ ରମ୍ଭା ସହରରେ ଇନଡୋର ଷ୍ଟାଡିୟମ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ ସହରବାସୀ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କ୍ରୀଡା କ୍ଷେତ୍ରରେ ଗଞ୍ଜାମ ଓ ରମ୍ଭା ସହରରେ ଭିତ୍ତିଭୂମିର ବିକାଶ ପାଇଁ ଗଞ୍ଜାମ ଓ ରମ୍ଭା ଉଭୟ ସହରରେ ଇନଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ଉଭୟ ସହରବାସୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ଆଜି ଛତ୍ରପୁର ସହରସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ୫ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିୟାନଙ୍କୁ ଅନୁରୋଧ କରାଯାଇଛି । ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କ୍ରୀଡ଼ାକ୍ଷେତ୍ରରେ ଯୁବଗୋଷ୍ଠୀଙ୍କ ବିକାଶ ପାଇଁ ସୁବିଧା ଯୋଗାଇଦେବା ପାଇଁ ଚାହୁଁଥିବା ୫ଟି ସଚିବ ଶ୍ରୀ ପାଣ୍ଡିୟାନ ଉଭୟ ସହରବାସୀଙ୍କୁ କହିବା ସହ ଅତିଶୀଘ୍ର ଗଞ୍ଜାମ ଓ ରମ୍ଭା ସହରରେ ଇନଡୋର ଷ୍ଟାଡିୟମ ନିର୍ମାଣର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

୫ ଟି ସଚିବଙ୍କ ସହ ଆଲୋଚନା ସମୟରେ ଉଭୟ ସହରର ପୂର୍ବତନ କାଉନ୍‌ସିଲର, ରାଜନୈତିକନେତୃବୃନ୍ଦ, ସମାଜସେବୀ, ନାରିନେତ୍ରୀ, ଛାତ୍ରଛାତ୍ରୀ, ଯୁବକ୍ରୀଡ଼ାବିତ୍‌ ପ୍ରମୁଖ ଉପସ୍ଥିତ ଥିଲେ । ଗଞ୍ଜାମ ସହରାଞ୍ଚଳର ସୁଧିର କୁମାର ପାଢୀ, ରାକେଶ ରଞ୍ଜନ ଦାଶ, ଦଣ୍ଡପାଣି ପରିଡା, ପି ରାଜୁ ରେଡ୍ଡୀ, ହେମାଙ୍ଗିନି ବେହେରା, ମଦନ ପାଢ଼ୀ, ଆଶୁତୋଷ ପଣ୍ଡା, ଜିତୁ ପଣ୍ଡା, ଉମାକାନ୍ତ ବେହେରା,
ମିରାରାଣୀ ପାଢ଼ୀ, ମୌସୁମୀ ଆଚାର୍ଯ୍ୟ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ସେହିପରି ରମ୍ଭା ସହରର ପୂର୍ବତନ ବିଧାୟକ ଆଦିକନ୍ଧ ସେଠୀଙ୍କ ସହ ପୂର୍ବତନ ନଗରପାଳ, ଉପନଗରପାଳ, ପୂର୍ବତନ କାଉନସିଲର ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.