pakka

ହାତୀ ଆକ୍ରମଣରେ ଦୁଇ ମୃତ

bbehera

ଅନୁଗୁଳ : ଅନୁଗୁଳ ଉପକଣ୍ଠ ଶରଧାପୁର ଓ ଛେଳିଆପଡ଼ାଠାରେ ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ଉତ୍ତେଜନା ଦେଖା ଦେଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ହାତୀ ଦାଉରୁ ରକ୍ଷା ପାଇଁ ସ୍ଥାୟୀ ସମାଧାନ ଦାବିରେ ଦୁଇ ଗାଁର ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗତକାଲି ରାତିରେ ହାତୀ ଆକ୍ରମଣ ଯୋଗୁଁ ୨ ଜଣ ପ୍ରାଣ ହରାଇଛନ୍ତି । ମୃତକ ହେଉଛନ୍ତି ଶରଧାପୁର ଗାଁର ଗୁରୁ ନାଏକ ଏବଂ ଛେଳିଆପଡା ଗାଁର ଅଇଁଠୁ ସାହୁ । ଶରଧାପୁରରେ ବନ୍ତଳା- ଅନୁଗୁଳ ମୁଖ୍ୟ ରାସ୍ତା ଉପରେ ଗ୍ରାମବାସୀ ଆନ୍ଦୋଳନ ଚଳାଇଥିବା ବେଳେ ବନ ବିଭାଗ ପହଞ୍ଚି ବୁଝାସୁଝା ପରେ ଗ୍ରାମବାସୀମାନେ ଆନ୍ଦୋଳନରୁ ଓହରିଥିଲେ ।

Leave A Reply

Your email address will not be published.

18 + six =