ହାତୀ ଆକ୍ରମଣରେ ଜଣେ ଯୁବକର ପ୍ରାଣ ଗଲା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଦିନକୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଲାଣି । ଫଳରେ ଅନେକ ନିରୀହ ଲୋକଙ୍କ ପ୍ରାଣ ଯିବାରେ ଲାଗିଛି । ତେବେ ଆଜି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ରେଞ୍ଜ ବାଙ୍କତେତେଲ ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ଉପେନ୍ଦ୍ର ଦୀପ । ଉପେନ୍ଦ୍ର ଆଜି ଭୋର ସକାଳୁ ନିଜକୁ ବିଲକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିଲେ ବୋଲି ଜଣାପଡିଛି ।

Leave A Reply

Your email address will not be published.