ହରିଶଙ୍କରରେ ନିମ୍ନମାନର କାମ ଅଭିଯୋଗ କରି ଏସ୍‌ଡ଼ିଓଙ୍କ ସହ ହାତାହାତି ପରିସ୍ଥିତି

csstore

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ହରିଶଙ୍କରଠାରେ ଚାଲିଥିବା ଉନ୍ନୟନ କାମକୁ କୋଶଲ ମୁକ୍ତି ମୋର୍ଚ୍ଚାର ଜଣେ ସଦସ୍ୟ ସୁଶୀଲ କୁମାର ଗୁରୁ କଣ୍ଟାବାଞ୍ଜି ପିଡବ୍ଲୁଡି ଏସଡ଼ିଓ ସିଦ୍ଧାର୍ଥ ଦାସଙ୍କୁ ନିମ୍ନମାନର କାମ ହେଉଅଛି ବୋଲି ଅଭିଯୋଗ କରିବା ସହ ଯୁକ୍ତିତର୍କ କରିବାରୁ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଦୁହିିଁଙ୍କ ଭିତରେ ହାତାହାତି ଭଳି ସ୍ଥିତି ମଧ୍ୟ ଦେଖିବାକୁ ମିଳିଛି । ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏବେ ଦୁହେଁ ଖପ୍ରାଖୋଲ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରୁଥିବା ବେଳେ ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘର ସରପଞ୍ଚମାନେ ଥାନାରେ ଉପସ୍ଥିତ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.