pakka

ପବିତ୍ର ହରିଶଙ୍କର ପୀଠରେ ଜାଗର ମେଳା ଅନୁଷ୍ଠିତ : ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

bbehera

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପଶ୍ଚିମ ଓଡିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପବିତ୍ର ହରିଶଙ୍କର ପୀଠରେ ଆଜି ମହା ଶିବରାତ୍ରି ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । କୋଭିଡ୍ କଟକଣା ଯୋଗୁଁ ସକାଳ ୭ଟାରୁ ଲମ୍ବା ଲାଇନ ଏବଂ ନିୟମ କାନୁନ ମାନି ସମସ୍ତଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ସୁଯୋଗ ଦିଆଯାଇଥିଲା । ଦେବାଧିଦେବ ମହାଦେବଙ୍କ ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ ହୋଇପଡିଛି ହରିଶଙ୍କର । ମନ୍ଦିର ଗୁଡିକ ପୂଜାର୍ଚ୍ଚନା ପାଇଁ ବିଶେଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଗୋଟିଏ ବର୍ଷ ପରେ ପ୍ରଭୁଙ୍କ ପାଖରେ ଜାଗର ଜାଳିବା ପାଇଁ ଲୋକଙ୍କ ମନରେ ଉଦ୍ଦିପନା ପ୍ରକାଶ ପାଇଛି । ଭକ୍ତମାନେ ହରିଶଙ୍କର ବୁଲିବା ସହ କୋରୋନା କଟକଣା ଅନୁସାରେ ଶ୍ରଦ୍ଧାଳୁ ମାନେ ଧାଡିରେ ରହି ମନ୍ଦିରକୁ ଦର୍ଶନ କରିଥିଲେ । ସମସ୍ତେ ଶିବ କୃପା ଲାଭ କରିବା ପାଇଁ ଆତୁର ଅଛନ୍ତି । ରାତିରେ ମହାଦୀପ ଉଠିବା ସହ ନୀତିକାନ୍ତି ଶହ ଜାଗର ଯାତ୍ରା ପାଳନ ହେବ ବୋଲି ପୂଜକ କହିଛନ୍ତି ।

jay balangir
Leave A Reply

Your email address will not be published.

11 − two =