ls

ହରିହର ଭେଟ

2020

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଫଗୁନ ପୂର୍ଣ୍ଣମୀ ରବିବାର ଦିନ ଟିକ୍ରାପଡା ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ନିରାଡମ୍ବର ଭାବେ ନୀତି ନିୟମ ଓ ନିତିକାନ୍ତି ଅନୁସାରେ ହରିହର ଭେଟ ସଂପନ୍ନ ହୋଇଯାଇଛି । ମଦନ ମୋହନ ରଥ ଧେବେଇ ନିବାସରୁ ରାଧାକୃଷ୍ଣଙ୍କୁ ଓ ଦଧିବାମନ ମନ୍ଦିରରୁ ଓଁକାରେଶ୍ୱର ଶିବ ବାବଙ୍କୁ ଖଟୁଳିରେ ବିଧି ପୂର୍ବକ ଅଣାଯାଇ ବିଶେଷ ପୂଜା ଅର୍ଚ୍ଚନା କରାଯାଇଥିଲା । ଘଣ୍ଟ, ଶଙ୍ଖ, ମୃଦଙ୍ଗ ଓ ହୁଳହୁଳିରେ ଭେଟ ସଂପନ୍ନ ହୋଇଥିଲା । ପଣ୍ଡିତ ତ୍ରିପୁରାରୀ ମିଶ୍ର ପୂଜାକାର୍ଯ୍ୟ ତୁଳାଇଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଜଗ ମୋହନ ରଥ, ଚୁଡେନ୍ଦ୍ର କୁମାର ବେହେରା, ପ୍ରଦୀପ ପଶାୟତ ଓ ଦୁର୍ଗା ସାହୁ ।

Leave A Reply

Your email address will not be published.