କନ୍ଧମାଳ ପୁଲିସର ମାଓ ବିରୋଧୀ ଅପରେସନ : ବ୍ୟାଟେରୀ, ତାର ସମେତ ଅନେକ ସାମଗ୍ରୀ ଜବତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ରାଇଘର ଗ୍ରାମ ନିକଟରେ ରବିବାର ସନ୍ଧ୍ୟାରେ ଏସଓଜି ଏବଂ ଡିଭିଏଫର ମିଳିତ ଉଦ୍ୟମରେ ଏକ ମାଓ ବିରୋଧୀ ଅପରେସନ କରାଯାଇଥିଲା । ଏହି ସମୟରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ମାଓବାଦୀମାନେ ଚମ୍ପଟ୍‍ ମାରିଥିବା ବେଳେ ସେଠାରୁ ଏକ ବ୍ୟାଟେରୀ, ତାର, ଟିଫିନ୍‍ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସୂଚନା ଅନୁସାରେ, ପୁଲିସ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଚଳାଇଥିବା ବେଳେ ମାଓବାଦୀମାନେ ଅତର୍କିତ ଭାବେ ଗୁଳି ଚାଳନା କରିଥିଲେ । ଏହାପରେ ପୁଲିସ ଟିମ୍‍ ନିଜକୁ ସୁରକ୍ଷିତ କରି ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଥିଲା । ଏହାପରେ ଗୁଳି ଚାଳନା ବନ୍ଦ ନ ହେବାରୁ ଆତ୍ମରକ୍ଷା ପାଇଁ ପୁଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ତେବେ ଘଞ୍ଚ ଜଙ୍ଗଲର ଲାଭ ଉଠାଇ ମାଓବାଦୀମାନେ ଖସି ପଳାଇବାରେ ସଫଳ ହୋଇଥିଲେ । ପୁଲିସର ସର୍ଚ୍ଚ ଅପରେସନ ଜାରି ରହିଛି ।

Leave A Reply

Your email address will not be published.

five × 2 =

error: Content is protected !!