csstore

କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ କୃଷକ ସଂଘ ପକ୍ଷରୁ ୧୬ ଫେବୃୟାରୀ ଦେଶବ୍ୟାପୀ ହରତାଳ

  • ଫେବୃୟାରୀ ୧୬ରେ ଭାରତବନ୍ଦ ଡାକରା ପାଇଁ ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଗ୍ରାମୀଣ ସମାଜ ପକ୍ଷରୁ ଭାରତ ବନ୍ଦକୁ ସଫଳ କରିବା ପାଇଁ ଆସନ୍ତା ୧୬ ଫେବୃଆରୀ ଦେଶବ୍ୟାପୀ ହରତାଳ ବା ଧର୍ମଘଟ ଡାକରା ଦିଆଯାଇଛି । ଏନେଇ ବୁଧବାର ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭବନରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ, କୃଷକ ବିରୋଧୀ ଏବଂ ଜାତୀୟତା ବିରୋଧୀ ଧ୍ୱଂସକାରୀ ନୀତି ଗୁଡିକୁ ବିରୋଧ କରାଯିବ ବୋଲି କୁହାଯାଇଛି । ଏଥିରେ ଏ.ଆଇ.ଟି.ୟୁ.ସି.ରୁ ଶ୍ରମିକ ଓ ଚାଷୀନେତା ନୀଳକଣ୍ଠ ଦାସ, ଆଇଏନ୍‌ଟିୟୁସି ଶ୍ରମିକନେତା ଇଜୁ ଆମିନ୍ ଖାନ୍, ଏଚ୍.ଏମ୍.ଏସ୍. ନେତା ରାଜେନ୍ଦ୍ର ଦାସ, ଟି.ୟୁ.ସି.ସି. ନେତା ସନ୍ତୋଷ ସାହୁ, ଚାଷୀନେତା ଦୁର୍ଯ୍ୟୋଧନ ପରିଡ଼ା, ଋଷିକୂଲ୍ୟ ରୟତ୍ ମହାସଂଘ ଚାଷୀନେତା ସିମାଞ୍ଚଳ ନାହାକ, ବି.କେ.ଏମ୍‌.ୟୁ. ନେତା ଗୁରୁନାଥ ପ୍ରଧାନ, ରାଜୀବ ଲୋଚନ ପଣ୍ଡା ପ୍ରମୁଖ ପ୍ରସ୍ତୁତି ବୈଠକରେ ଯୋଗଦେଇ କିଭଳି ଶାନ୍ତି ଶୃଙ୍ଖଳାରେ ସହ ଧର୍ମଘଟ ଓ ବନ୍ଦ ପାଳନ ସଫଳ ହେବ ତାହା ନେଇ ଆଲୋଚନା ହେବା ସହ କାର୍ଯ୍ୟକ୍ରମ ପ୍ରସ୍ତୁତି ପାଇଁ ଚୂଡ଼ାନ୍ତ ହୋଇଥିଲା ।

jayashree
Leave A Reply

Your email address will not be published.