ହର ଘର ତ୍ରିରଙ୍ଗା ଅଭିଯାନରେ ଜିଲ୍ଲାବାସୀ ସାମିଲ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ

ବୌଦ୍ଧ, (ବଂଶୀଧର ମାଝୀ) : ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତାର ୭୫ବର୍ଷର ସ୍ମରଣୀୟତା ପାଇଁ ଭାରତ ବର୍ଷର ପ୍ରତିଟି ଘରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ନିଜ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ପ୍ରେରଣା ଦେଇ ଲୋକଙ୍କ ହୃଦୟରେ ଦେଶଭକ୍ତିର ଭାବନାକୁ ଆହ୍ୱାନ କରିବା ଏହି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଅଟେ । ଆଗାମୀ ସ୍ୱାଧୀନତା ଦିବସ ଉତ୍ସବକୁ ଦେଶବ୍ୟାପୀ ମହାସମାରୋହରେ ପାଳନ କରାଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ୟ୍ୟକ୍ରମ ଜରିଆରେ ଉଦ୍ୟମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ କରାଯାଇ ଅଗଷ୍ଟ ୧୩ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉଡାଇବାକୁ ସନ୍ଦେସ ଦିଆଯାଇଛି । ଜିଲ୍ଲାର ପ୍ରତ୍ୟେକ ଡାକଘରେ ତ୍ରିରଙ୍ଗା ପତାକା ୨୫ ଟଙ୍କାରେ ଉପଲବ୍ଧ ହେଉଅଛି । ସାଧାରଣ ଲୋକ ନିଜ ନିଜ ପାଖ ଡାକଘରୁ ତ୍ରିରଙ୍ଗା ପତାକା କିଣିପାରିବେ । ସେଥିପାଇଁ ଡାକଘର ଗୁଡିକରେ ସ୍ୱତନ୍ତ୍ର କାଉଂଟର ଖୋଲାଯାଇ ଲୋକମାନଙ୍କୁ ତ୍ରିରଙ୍ଗା ପତାକା ବିକ୍ରୟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବ୍ୟକ୍ତି ବିଶେଷ ଏହି ତ୍ରିରଙ୍ଗା ପତାକା କିଣି ଆସନ୍ତା ୧୩ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଅହୋରାତ୍ରି ନିଜ ନିଜ ଘର ସମ୍ମୁଖରେ କିମ୍ବା ଛାତ ଉପରେ ଓ କାର୍ଯ୍ୟାଳୟମାନଙ୍କରେ ଉଡାଇପାରିବେ । ତେଣୁ ବହୁ ସଂଖ୍ୟାରେ ଜିଲ୍ଲାବାସୀ ଏହି ଅଭିଯାନରେ ସାମିଲ ହୋଇ ସ୍ୱାଧୀନତା ଦିବସ ପାଳନକୁ ସ୍ମରଣୀୟ କରିବା ସହିତ ଦେଶପ୍ରେମରେ ଉଦ୍‌ବୁଦ୍ଧ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.

two − one =

error: Content is protected !!