csstore

ସାର୍ବଜନୀନ ହନୁମାନ ମନ୍ଦିର ନିର୍ମାଣ କାମ ଶୁଭାରମ୍ଭ କଲେ ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ଥିବା ବଙ୍ଗୋମୁଣ୍ଡାର ପ୍ରଥମ ସାର୍ବଜନୀନ ହନୁମାନ ମନ୍ଦିର ନିର୍ମାଣ କାର୍ଯ୍ୟ ପ୍ରାରମ୍ଭ ପାଇଁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ପରେ କାମ ଆରମ୍ଭ ହୋଇଯାଇଛି । ଗତ ନିର୍ବାଚନ ସମୟରେ ବିଧାୟକ ଉକ୍ତ ମନ୍ଦିର କମିଟୀକୁ ହନୁମାନ ମନ୍ଦିର ନିର୍ମାଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ପୂଜାର୍ଚ୍ଚନା ପରେ ନିର୍ମାଣ କାର୍ଯ୍ୟ ଗତକାଲି ସମସ୍ତଙ୍କ ଉପସ୍ଥିତିରେ ପ୍ରାରମ୍ଭ ହୋଇଛି । ଏହା ସହିତ ବିଧାୟକ ମହୋଦୟ ଅତି ଶୀଘ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ତାଙ୍କ ଦ୍ୱାରା ନିର୍ମିତ ଅନ୍ୟ ମନ୍ଦିର ପରି ପ୍ରତିଷ୍ଠା ମଧ୍ୟ ମହାସମାରୋହରେ କରାଯିବ ବୋଲି କହିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ପଂଚାୟତ ସରପଂଚ ସୁଶାନ୍ତ କୁମାର ଯୋଶୀ, ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ମାମରାଜ ଜୈନ, ବ୍ଲକ ସରପଂଚ ସଂଘର ସଭାପତି ଉପେନ୍ଦ୍ର ମେହେର, ମନ୍ଦିର କମିଟୀ ତରଫରୁ ପୂଜକ ଧନଞ୍ଜୟ ଛତ୍ରିଆ, ଚମାର ଭୋଇ, ହାଡୁ ବାଗ, ରିଚୁ ପଣ୍ଡା, ଦୁର୍ଗା ବନଛୋର, କେଶବ ନାରାୟଣ ଜୈନ, ନୂଆ ମନହୀରା ପ୍ରମୁଖଙ୍କ ସମେତ ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.