
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୁଇଁତଲା ଥାନା ରଣ୍ଡା ଛକ ନିକଟରେ ସଡକ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ବାଇକ ଓଡ଼ି୦୨ଏଡ଼ବ୍ଲ୍ୟୁ୪୬୯୦ ଯୋଗେ ଜଣେ ଯୁବକ ଆସୁଥିବା ବେଳେ ରଣ୍ଡା ଛକ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଭାରସାମ୍ୟ ହରାଇ ଜଣଙ୍କୁ ଧକ୍କା ଦେଇଥିବା ବେଳେ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଥିବା ବର୍ତ୍ତମାନର ବଡ଼ ସୂଚନା ରହିଛି । ଘଟଣାସ୍ଥଳରେ ପୁଇଁତଲା ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରୁଥିବା ନେଇ ସୂଚନା ରହିଛି ।