
- ରାତିରେ ହୋମଗାର୍ଡ ଡ୍ୟୁଟି ସତ୍ତ୍ୱେ ଚୋରିକୁ ନେଇ ଉଠିଲା ପ୍ରଶ୍ନ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ସହରରେ ଦିନକୁ ଦିନ ଚୋରି ଘଟଣା ବଢ଼ୁଥିବା ଅଭିଯୋଗ ମଧ୍ୟରେ ଇନ୍ଦିରା ଛକ ଠାରେ ଏକ ଚା’ ଦୋକାନରୁ ଚୋରି ଘଟଣା ସାମ୍ନାକୁ ଆସିଛି । ଇନ୍ଦିରା ଛକରେ ଶ୍ୟାମ ବଞ୍ଛୋରଙ୍କ ଚା’ ଦୋକାନରୁ ଚୋରି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ରାତି ସମୟରେ ଇନ୍ଦିରା ଛକ ଅଞ୍ଚଳରେ ହୋମଗାର୍ଡମାନେ ଡ୍ୟୁଟିରେ ନିୟୋଜିତ ରହୁଥିବା କୁହାଯାଉଛି । ଏଭଳି ସ୍ଥାନରୁ ଚୋରି ଘଟଣା ଘଟିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ଚୋରି ଘଟଣା ପରେ ରାତ୍ରିକାଳୀନ ପେଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଘଟଣାରେ କେତେ ସାମଗ୍ରୀ ଚୋରି ହୋଇଛି ଏବଂ ଚୋରି ପଛରେ କିଏ ରହିଛି, ସେନେଇ ପୋଲିସ ତଦନ୍ତ କରିବା ସହ ଦୋଷୀଙ୍କୁ ଶୀଘ୍ର ଚିହ୍ନଟ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।