pakka

କାର‌ ଧକ୍କାରେ ମତ୍ସ୍ୟଜୀବୀ ଗୁରୁତର, ଡ୍ରାଇଭର ଅଟକ

bbehera

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରି ମେରାଇନ ଥାନା ଅନ୍ତର୍ଗତ ଉଦୟପୁର ବେଳାଭୂମି ରାସ୍ତାରେ ଏକ କାର ଧକ୍କାରେ ଚାଲି ଚାଲି ଯାଉଥିବା ଜନୈକ ମତ୍ସ୍ୟଜୀବୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବା ଜଣାପଡିଛି । ଗୁରୁତର ମତ୍ସ୍ୟଜୀବୀକୁ ପଡ଼ୋଶୀ ପଶ୍ଚିମବଙ୍ଗର ଦୀଘା ଷ୍ଟେଟ ଜେନେରାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ସଙ୍ଗେ ସଙ୍ଗେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ସଙ୍କଟାପନ୍ନ ମତ୍ସ୍ୟଜୀବୀ ଜଣକ ହେଲେ ତାଳସାରି ମେରାଇନ ଥାନା ଅନ୍ତର୍ଗତ ସାହାବାଜିପୁର ଗାଁର କନ୍ଦର୍ପ ପଟ୍ଟାୟତଙ୍କ ପୁଅ ସନ୍ତୋଷ ପଟ୍ଟାୟତ ବୋଲି ଜଣାପଡିଛି ।

jay balangir
Leave A Reply

Your email address will not be published.

eighteen − fourteen =