୧୦ ଫୁଟ ତଳକୁ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସିମୁଳିଆ ବଜାର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଲି ବୋଝେଇ ଟ୍ରାକ୍ଟର ରାସ୍ତା ତଳକୁ ଓଲଟି ପଡିଛି । ଦୁର୍ଘଟଣା ଫଳରେ ଡ୍ରାଇଭର ଜଣଙ୍କ ଇଞ୍ଜିନ ତଳେ ଚାପି ହୋଇ ରହିଯାଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି କର୍ମଚାରୀଙ୍କୁ ଉଦ୍ଧାର କରିଛନ୍ତି । ସୂଚନା ଯେ, ଶନିବାର ସକାଳେ ସ୍ଥାନୀୟ ଆଠବାଟିଆ ଗ୍ରାମର ବୟ ପାତ୍ରଙ୍କ ପୁଅ ସାହେବ ଟ୍ରାକ୍ଟରରେ ବାଲି ବୋଝେଇ କରି ନେଇ ଯାଉଥିଲେ । ସିମୁଳିଆ ବଜାର ନିକଟ ରାସ୍ତାରେ ଯାଉଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ୧୦ ଫୁଟ ରାସ୍ତା ତଳେ ଥିବା ଖାଲ ଭିତରକୁ ଖସି ପଡିଥିଲା । ଦୁର୍ଭାଗ୍ୟବଶତଃ ଡ୍ରାଇଭର ସାହେବ ଇଞ୍ଜିନ ତଳେ ରହିଯାଇଥିଲେ । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଦମକଳ ବାହିନୀ ଉଦ୍ଧାର କରିଛନ୍ତି ।

Leave A Reply

Your email address will not be published.

error: Content is protected !!