pakka

ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯୁବକ ଗୁରୁତର

bbehera

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ବାହାବଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ବେଲପଡ଼ା ବ୍ଲକ ବାହାବଲ ଗାଁର ବଳରାମ ସୁନାନୀ ସ୍ଥାନୀୟ ଡାକ୍ତର ଖାନାରେ ସୁରକ୍ଷା କର୍ମୀ ଭାବରେ କାମ କରୁଥିଲେ । ଆଜି ସକାଳୁ କୌଣସି ମେଡିକାଲ କାମରେ ଆସିଥିଲେ । ତାଙ୍କୁ ପରିସ୍ରା ଲାଗିବାରୁ ସେ ଡାକ୍ତରଖାନା ପଛ ପଟକୁ ଯାଇ ଟ୍ରାନ୍ସଫର୍ମର ପାଖରେ ପରିସ୍ରା କରୁଥିଲେ । ଏହି ସମୟରେ ଆର୍ଥିଂ ଲାଗିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶ ଆସି ଘଟଣାସ୍ଥଳରେ ପଡିଯାଇଥିଲେ । ତାଙ୍କର ଦେହ ହାତ ପୋଡ଼ି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

Leave A Reply

Your email address will not be published.

two × five =