mahavir

ଓଲଟିଲା ମେଲୋଡି ଗାଡି : ୫ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୨୫ ଜଣ

ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ଥାନା ଜାତୀୟ ରାଜପଥ ୨୬ କନ୍ଦକେଲଗାଁ ଛକ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ମେଲୋଡି ଦୁଲଦୁଲି ଗାଡି ଓଲଟି ଯିବା ଫଳରେ ୫ ଜଣ ଗୁରୁତର ଥିବାବେଳେ ୨୫ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବରଗଡ଼ ଜିଲ୍ଲା ବିର୍ଜାମପୁର ଗାଁର ମା’ ଲଙ୍କେଶ୍ୱରୀ ମେଲୋଡି ଦୁଲଦୁଲି ପାର୍ଟି ଜୁନାଗଡ଼ର ଏକ ବିବାହ ଉତ୍ସବ ପାଇଁ ଆସୁଥିଲେ ହେଲେ ହଠାତ ଏକ କୁକୁର ଆସିବାରୁ ଦୁର୍ଘଟଣାର ଶିକାର ହୋଇଥିବା ଗାଡିରେ ବସିଥିବା ବ୍ୟକ୍ତିମାନେ ସୂଚନା ଦେଇଛନ୍ତି । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପହଞ୍ଚି ପଚରାଉଚରା ଜାରି ରଖିଛି ।

Leave A Reply

Your email address will not be published.