mahavir

ପ୍ରାଦେଶିକ ମେଧା ଓ ଶ୍ରୀ ଭାରତୀକୃଷ୍ଣ ଗଣିତ ପରୀକ୍ଷା ଫଳ ପ୍ରକାଶିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରାଦେଶିକ ମେଧା ଓ ଶ୍ରୀ ଭାରତୀକୃଷ୍ଣ ଗଣିତ ପରୀକ୍ଷା ଫଳ ଗତକାଲି ପ୍ରକାଶିତ ହୋଇଯାଇଛି । ଏହି ପରୀକ୍ଷାରେ ୫ ଜଣ ଭାଇ ଭଉଣୀ ଉତ୍ତୀର୍ଣ୍ଣ ହୋଇ ସାରା ଓଡ଼ିଶାରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ନାମକୁ ଗୌରବାନ୍ୱିତ କରିଛନ୍ତି । ତୃତୀୟ ଶ୍ରେଣୀର ପ୍ରାଦେଶିକ ମେଧା ପରୀକ୍ଷାରେ ସିଦ୍ଧାର୍ଥ କୁମାର ସାହୁ ଭାଇ ୮ମ ସ୍ଥାନ, ସକ୍ଷମ ସାହୁ ଭାଇ ୧୦ମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ପଞ୍ଚମ ଶ୍ରେଣୀ ପ୍ରାଦେଶିକ ମେଧା ପରୀକ୍ଷାରେ କିରନ ବୁଧିଆ ଭଉଣୀ ୯ମ ସ୍ଥାନ ହାସଲ କରିଛନ୍ତି । ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସପ୍ତମ ଶ୍ରେଣୀର ସ୍ଵାଗତ ସାହୁ ଭାଇ ୬ଷ୍ଠ ସ୍ଥାନ ଓ ନବମ ଶ୍ରେଣୀର ଶୋଭିତ ସାହୁ ଭାଇ ୯ମ ସ୍ଥାନ ଅଧିକାର କରି ସୁନାମ ଅର୍ଜନ କରିଛନ୍ତି । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପରିଚାଳନା ସମିତି, ଗୁରୁଜୀ ଗୁରୁମା, ସମସ୍ତ ଭାଇ ଭଉଣୀ, ଅଭିଭାବକ ଅଭିଭାବିକା କୃତି ଭାଇ ଭଉଣୀମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.