ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲାଟିଲା କାର୍‌ : ନାବାଳକ ସମେତ ୩ ଗୁରୁତର

ସୁବର୍ଣ୍ଣପୁର : ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲାଟିଲା କାର୍‌ । ଦୁର୍ଘଟଣାରେ ନାବାଳକ ସମେତ ୩ ଜଣ ଗୁରୁତର ହୋଇଛନ୍ତି । ଉକ୍ତ କାର୍‌ରୁ ଏକ ବନ୍ଧୁକ ଓ କିଛି ଗୁଳି ଜବତ କରାଯାଇଛି । ଯାହାକୁ ନେଇ ତଦନ୍ତ କରୁଛି ପୋଲିସ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ନିକଟ ମାଟିଖାଇ ନୂଆବସ୍ତି ଠାରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ରବିବାର ରାତି ପ୍ରାୟ ୧୧ଟା ୩୦ରେ ଏକ କାର୍‌ ସୋନପୁର ପଟରୁ ସମ୍ବଲପୁର ପଟକୁ ଯାଉଥିଲା । ମାଟିଖାଇ ନୂଆବସ୍ତିଠାରେ କାର୍‌ଟି ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଥିଲା । ଫଳରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯିବା ଶହ କାର୍‌ଟି ଚୁରମାର୍ ହୋଇଯାଇଥିଲା । ଏସମ୍ପର୍କରେ ଖବର ପାଇଁ ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । କାର୍‌ ଭିତରେ ଥିବା ନାବାଳକ ସମେତ ୩ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଉକ୍ତ କାର୍‌ରୁ ଏକ ବନ୍ଧୁକ ଓ କିଛି ଗୁଳି ଜବତ କରି ତଦନ୍ତ ଜାରି ରଖିଛି ପୋଲିସ ।

jittmm
Leave A Reply

Your email address will not be published.