csstore

ଲୋଇସିଂହା ରେଲୱେ ଷ୍ଟେସନ୍‌ରେ ସେଲ୍‌ଫି ନେବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଗୁରୁତର

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ରେଲୱେ ଷ୍ଟେସନ୍‌ ଠାରେ ଜଣେ ଯୁବକ ସେଲ୍‌ଫି ନେବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିବା ଜଣାପଡିଛି । ଯୁବକ ଜଣକ ହେଲେ ସୋନପୁର ଜିଲ୍ଲା ଖରଜୁରା ଗ୍ରାମର ଦୀପକ ମେହେର(୨୦) ବୋଲି ଜଣାପଡିଛି । ସୂଚନା ଅନୁସାରେ ଦୀପକ ନିଜ ସାଙ୍ଗ ମାନଙ୍କ ସହିତ ନଅଗାଁ (ଖ)କୁ ଯାତ୍ରା ଦେଖିବାକୁ ଆସିଥିଲେ । ପରେ ଯାତ୍ରା ଦେଖା ସରିବା ପରେ ନିଜ ସାଙ୍ଗ ମାନଙ୍କ ସହ ସେଲ୍‌ଫି ଉଠାଇବା ପାଇଁ ଲୋଇସିଂହା ରେଲୱେ ଷ୍ଟସନ୍‌କୁ ଆସିଥବା ବେଳେ ରେଲୱେ ଷ୍ଟେସନ୍‌ରେ ଛିଡା ହୋଇଥିବା ଏକ ମାଲଗାଡି ଉପରକୁ ଚଢି ସେଲ୍‌ଫି ଉଠାଉଥିବା ସମୟରେ ଟ୍ରେନରେ ଲାଗିଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ପୋଡିଯିବା ସହିତ ତଳେ ପଡି ଯାଇ ଗୁରତର ହୋଇଯାଇଥିଲେ । ସାଙ୍ଗ ମାନେ ସଙ୍ଗେ ସଙ୍ଗେ ଗୁରୁତର ଦୀପକଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣି ଭର୍ତ୍ତି କରିଥିବା ଜଣାପଡିଛି ।

jayashree
Leave A Reply

Your email address will not be published.