oom

ଗୁରୁଦିବସ ଓ ପୋଷାକ ବଣ୍ଟନ ଉତ୍ସବ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୋଲିସ ହାଇସ୍କୁଲ ମନୋହରପୁରଠାରେ ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନଙ୍କ ସଭାପତିତ୍ୱରେ ଗୁରୁଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବିଇଓ ବଲାଙ୍ଗିର କୁମୁଦିନୀ ମିଶ୍ର, ସମ୍ମାନିତ ଅତିଥି ଭାବେ ଏବିଇଓ ସନ୍ଧ୍ୟାରାଣୀ ଧରୁଆ, ଶିକ୍ଷାବିଦ୍‌ ବାମଦେବ ମିଶ୍ର ଏବଂ ମୁଖ୍ୟବକ୍ତା ଭାବରେ ସମାଜସେବୀ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଯୋଗଦେଇ ଗୁରୁଦିବସର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ । ଅତିଥିମାନଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ତରଫରୁ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଥିବା ପୋଷାକ ବଣ୍ଟନ କରାଯାଇଥିଲା । ଶେଷରେ ଶିକ୍ଷକ ସରୋଜ କୁମାର ମାଝୀ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କୃଷ୍ଣପ୍ରୀୟା ପଣ୍ଡା ଓ ଅନ୍ୟ ଛାତ୍ର ଛାତ୍ରୀମାନେ ସହଯୋଗ କରିଥିଲେ । ଛାତ୍ରୀମାନଙ୍କ ଦ୍ୱାରା ଗୁରୁ ବନ୍ଦନା କରାଯାଇଥିଲା ।

ପୁନଶ୍ଚ ୧୯୯୯ ମେଟ୍ରିକ ବ୍ୟାଚର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ବନ୍ଧୁମିଳନ ଓ ଗୁରୁଦିବସ ପାଳନ ହୋଇଥିଲା । ବିଦ୍ୟାଳୟର ପୁରାତନ ଓ ବର୍ତ୍ତମାନ ଶିକ୍ଷକ ଶିକ୍ଷିକାମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୁରାତନ ପ୍ରଧାନ ଶିକ୍ଷକ ସିଦ୍ଧେଶ୍ଵର ହୋତା, ଯାଜ୍ଞସିନୀ ମିଶ୍ର, କିଶୋର ଚନ୍ଦ୍ର ବିଶ୍ୱାଲ, ରାଜେନ୍ଦ୍ର କୁମାର ବନଛୋର, ଭିକାରୀ ଚରଣ କର ଏବଂ ବର୍ତ୍ତମାନ କାର୍ୟ୍ୟରତ ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନ, ସରୋଜ କୁମାର ମାଝି, କୃଷ୍ଣପ୍ରୀୟା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ପୁରାତନ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ଫଳଗଛ ରୋପଣ କରାଯାଇଥିଲା ଏବଂ ମୋ ସ୍କୁଲ ଅଭିଯାନ ଫଣ୍ଡକୁ ୧୫ହଜାର ୫୦୦ ଟଙ୍କା ଦାନ କରାଯାଇଥିଲା । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା ।

jittmm
Leave A Reply

Your email address will not be published.