csstore

ଗୁଦେରପାଲି ୫-ଟି ହାଇସ୍କୁଲରେ ଛାତ୍ରୀ ପରିଶ୍ରାଗାର ନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ଦାନ ଯୋଗାଇ ଦେବା ପାଇଁ ସରକାର ସ୍ମାର୍ଟ ଶ୍ରେଣୀ କୋଠରୀ ସହ ଇଲାଇବ୍ରେରୀ ଆଦି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗୁଦେରପାଲି ବାପୁଜୀ ହାଇସ୍କୁଲକୁ ୫ଟିରେ ରୂପାନ୍ତର କରିଛନ୍ତି । ହେଲେ ୫ଟିରେ ରୁପାନ୍ତର ହୋଇ, ବିଗତ ବିଜେପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ବାପୁଜୀ ହାଇସ୍କୁଲକୁ ଉଦଘାଟନ କରିଥିଲେ । ହେଲେ ଉଦଘାଟନ ହେବାର ୨ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ସହ ଛାତ୍ରୀ ମାନଙ୍କ ପରିଶ୍ରାରଗାର ନିର୍ମାଣ ଅଧାପନ୍ତରିଆ ହୋଇପଡିରହିଥିବା ବେଳେ ୧ମାସ ହେଲା ହାଇସ୍କୁଲ ପରିସରକୁ ବିଦ୍ୟୁତ୍ ସଂଯୋଗ ଦେବା ବିଦ୍ୟୁତ୍ ବିଭାଗ ତରଫରୁ ବନ୍ଦ କରିଦିଆଯାଇଛି ।

କାରଣ ୧ଲକ୍ଷ ୧୬ ହଜାର ଟଙ୍କାର ବିଦ୍ୟୁତ୍ ବିଲ ବକେୟା ଅଛି । ସେ ସମୟରେ ବରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗାଇସିଲେଟ ବିଡିଓ ଏବଂ ପରିଚାଳନା କମିଟିର ସଭାପତି ବାରମ୍ବାର ୫ଟି କାମ ଅନୁଧ୍ୟାନ ପାଇଁ ବାପୁଜୀ ହାଇସ୍କୁଲକୁ ଆସୁଥିଲେ । ହେଲେ ଛାତ୍ରୀ ମାନଙ୍କ ପରିଶ୍ରା ଗାର ଏବଂ ପ୍ରଧାନ ଶିକ୍ଷକଙ୍କ କାର୍ୟ୍ୟାଳୟ ନିର୍ମାଣ ପ୍ରତି ତାଙ୍କ ଦୃଷ୍ଟି ନ ଥିଲା କି ବୋଲି ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ କ୍ଷୋଭ ପ୍ରକାଶ କରୁଛନ୍ତି ।

jayashree
Leave A Reply

Your email address will not be published.