ଆସନ୍ତା କାଲି ୨୯ ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାମସେଠ ଗ୍ରାମ ପଞ୍ଚାୟତ ସଟ ଡାଉନ ରହିବ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପାଇକମାଲ ପଞ୍ଚାୟତ ସମିତି ଅଧୀନସ୍ଥ ଜାମସେଠ ଗ୍ରାମ ପଞ୍ଚାୟତକୁ ଆସନ୍ତା କାଲି ୨୯/୯/୨୦ ରୁ ତା ୩୦/୯/୨୦ ଦୁଇ ଦିନ ସଟ ଡାଉନ କରାଯିବ। ଏହି ଦୁଇ ଦିନ ଧରି ସଟ ଡାଉନରେ ଜରୁରୀକାଳୀନ ସେବାକୁ ବାଦ୍ ଦେଇ ବାକି ସଂପୂର୍ଣ୍ଣ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ କରାଯିବ ବୋଲି ଜାମସେଠ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରମ୍ଭା ତାଣ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.