pakka

କେନ୍ଦୁପତ୍ର ଚୋରା ଚାଳାଣ ଅଭିଯୋଗରେ ୨ ଗିରଫ : ମିନି ଟ୍ରକ ଜବତ

bbehera

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳରେ ଗତ କିଛିଦିନ ହେବ କେନ୍ଦୁପତ୍ର ମାଫିଆମାନେ ସକ୍ରିୟ ହୋଇ ପଡିଛନ୍ତି । ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ମାଫିଆମାନେ ଛୋଟ ଛୋଟ ଗାଡି ମାଧ୍ୟମରେ କେନ୍ଦୁପତ୍ର ଆଣି ଗୋଟିଏ ସ୍ଥାନରେ ଗଚ୍ଛିତ ରଖିବା ପରେ ବଡ ଗାଡିରେ ରାଜ୍ୟ ବାହାରକୁ ଚାଲାଣ କରୁଥିବା ଜଣାପଡିଛି । ସୂଚନା ଅନୁସାରେ, ରବିବାର ଚାରମାଳ ରେଞ୍ଚ ଅଞ୍ଚଳରୁ ଚୋରାରେ କେନ୍ଦୁପତ୍ର ଏକ ମିନି ଟ୍ରକରେ ଚାଲାଣ ହେଉଥିବା ବେଳେ ଖବର ପାଇ ବନ ବିଭାଗ କର୍ମଚାରୀମାନେ କୁଇଲିପଦର ଗାଁ ନିକଟରେ ଚଢାଉ କରିଥିଲେ । କେନ୍ଦୁପତ୍ର ବୋଝେଇ ମିନି ଟ୍ରକକୁ ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲା ଦେବ୍ରା ଥାନା ସାତରୁଖି ଗ୍ରାମର ବିକାଶ ଦେ ଓ ଭଗବାନ ବସନ ଗ୍ରାମର ସଂଜୟ ମୁର୍ମୁ(୩୦) । ଅଭିଯୁକ୍ତମାନେ ବ୍ୟବହାର କରିଥିବା ଗାଡି ସହିତ ସେଥିରେ ଥିବା ୨୦୬ ବିଡା କେନ୍ଦୁପତ୍ର ଜବତ କରିଥିଲେ । ରବିବାର ଭୋରରୁ କୋଇଲିପଦର ଅଞ୍ଚଳରୁ ଏକ ମିନି ଟ୍ରକରେ କେନ୍ଦୁପତ୍ର ବୋଝେଇ ହୋଇ ଚୋରାରେ ଚାଲାଣ ହେଉଥିବା ଖବର ବନ ବିଭାଗ ପାଇଥିଲା । ଏସିଏଫ୍‌ ଦେବୀ ପ୍ରସାଦ ରାଉତଙ୍କ ନେତୃତ୍ୱରେ ବଂଶାଜାଲ ଫରେଷ୍ଟର ବିଜୟ ବିଶ୍ୱାଳ, ଚାରମାଳ ଫରେଷ୍ଟର ପ୍ରବୀଣ ସାହୁଙ୍କ ସମେତ ଅନ୍ୟ ବନ କର୍ମଚାରୀ ଚଢାଉରେ ସାମିଲ ହୋଇଥିଲେ ।

jay balangir
Leave A Reply

Your email address will not be published.

twelve − 8 =

error: Content is protected !!