୪ ଡକାୟତ ଗିରଫ : ନଗଦ ଟଙ୍କା ସହ ମାରଣାସ୍ତ୍ର ଜବତ

ଟାଙ୍ଗୀ : ଜାତୀୟ ରାଜପଥରେ ଡକାୟତି କରୁଥିବା ବେଳେ ୪ ଡକାୟତଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ । ସେମାନଙ୍କଠାରୁ ବିଭିନ୍ନ ମାରଣାସ୍ତ୍ର ସହ ନଗଦ ୧୧ ହଜାର ୫୭୦ଟଙ୍କା ଜବତ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ ପେଟ୍ରୋଲିଂ କରିବା ସମୟରେ ଚଳନ୍ତା ଟ୍ରକରୁ ଡକାୟତ କରି ଡକାୟତମାନେ ପୋଲିସକୁ ଚମ୍ପଟ ମାରିଥିଲେ । ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ଜଣ ଡକାୟତଙ୍କୁ ଗିରଫ କରିଛି । ଗିରଫ ଡକାୟତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ଦୀକ୍ଷିତପଡା ଗ୍ରାମ ଟାଙ୍ଗୀ ସାହିର ସେକ୍ ଅନସର୍, ସେକ୍ ତହୁର, ସେକ୍ ଆକିବ୍ ଖାଁ, ସେକ୍ ସିରାଜ୍ ଅଲ୍ଲୀ । ଗିରଫ ହୋଇଥିବା ଏହି ଡକାୟତମାନେ ଏକାଧିକ ଡକାୟତି ମାମଲାରେ ସଂପୃକ୍ତ ଥିବା ଟାଙ୍ଗୀ ଥାନା ସୂତ୍ରରୁ ଜଣାପଡ଼ିଛି । ଜାତୀୟ ରାଜପଥରେ ଚଳନ୍ତା ଗାଡିମୋଟର ଗୁଡିକୁ ଏହି ଡକାୟତମାନେ ମାରଣାସ୍ତ୍ର ଦେଖାଇ ଅଟକାଇବା ପରେ ଗାଡି ଚାଳକଙ୍କୁ ମାରଣାନ୍ତକ ଆକ୍ରମଣ କରି ଲୁଟପାଟ୍ କରୁଥିବା ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.

11 − three =