ବଲାଙ୍ଗିର କଲେଜ ଛକ ଜୁସ୍‌ ଦୋକାନରୁ ଚୋରି କରିଥିବା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କଲେଜ ଛକ ଫଳ ଜୁସ୍‌ ଦୋକାନରୁ ଚୋରି କରିଥିବା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଲାଙ୍ଗିର ଟାଉନ ପୋଲିସ । ସୂଚନାଯୋଗ୍ୟ ଯେ, ଗତ ୧୧ ତାରିଖ ଦିନ ବଲାଙ୍ଗିର କଲେଜ ଛକରେ ଥିବା ଘନଶ୍ୟାମ ସାହୁଙ୍କ ଫଳ ଜୁସ୍‌ ଦୋକାନରୁ ଚୋରି ହୋଇଥିବା ବେଳେ ଏ ସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଆଇଆଇସି ବିଶ୍ୱଜିତ ମନବୋଧଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରିଥିଲା ଟାଉନ ପୋଲିସ । ଏହି ମାମଲାରେ ଆଜି ବଲାଙ୍ଗିର ଚନ୍ଦ୍ରଶେଖରନଗରରୁ ଅଜୟ ଓରଫ୍‌ ମାନସ ପାଲଙ୍କୁ ଗିରଫ କରି ତାଙ୍କଠାରୁ ଗୋଟିଏ ସିସିଟିଭି କ୍ୟାମେରା, ୩ଟି ଇଲେକ୍ଟ୍ରି ବଲ୍‌ବ, ଗୋଟିଏ ଲୁହା ଷ୍ଟୁଲ୍ ଏବଂ ଚୋରି ହୋଇଥିବା ଅନ୍ୟ ସାମଗ୍ରୀ ଜବତ୍‌ ହୋଇଥିବା ସୂଚନା ରହିଛି । ଏହି ମାମଲାରେ ଆଇଓ ଦାୟିତ୍ଵ ନିର୍ବାହ କରିଛନ୍ତି ଏଏସ୍‌ଆଇ ବି. ଦେହେରି ।

Leave A Reply

Your email address will not be published.

2 × three =