pakka

କେନ୍ଦ୍ରାପଡ଼ା ପୌରାଞ୍ଚଳରୁ ବ୍ରାଉନସୁଗାର ଜବତ : ଜଣେ ଗିରଫ

bbehera

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ପୌରାଞ୍ଚଳରୁ ବ୍ରାଉନସୁଗାର ଜବତ କରିଛି ଜିଲ୍ଲା ଅବକାରୀ ବିଭାଗ । ଚଢ଼ାଉ ବେଳେ ୩୩ ଗ୍ରାମ ବ୍ରାଉନସୁଗାର ଜବତ ସହ ମିର ରିଫାକତ ଅଲ୍ଲୀ ନାମକ ବ୍ୟବସାୟୀକୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଫକୀରାବାଦର ମିର ରିଫାକତ ଅଲ୍ଲୀ ଗରାପୁର ଅଂଚଳର ବାପି ନାମକ ଜଣେ ବ୍ୟବସାୟୀଙ୍କ ଠାରୁ ଦୀର୍ଘଦିନ ହେବ ବ୍ରାଉନସୁଗାର ଆଣି ବିକ୍ରି କରୁଥିଲେ । ମଙ୍ଗଳବାର ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରି ମିର ରିଫାକତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ସାଢେ ୩ ଲକ୍ଷ ଟଙ୍କା ହେବା ନେଇ ଜଣାପଡିଛି ।

jay balangir
Leave A Reply

Your email address will not be published.

fifteen + 6 =