ମାସକ ପରେ ଦୁର୍ଘଟଣା ଘଟାଇଥିବା ଯୁବକ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଲ୍ୟାଣପୁର ପଞ୍ଚାୟତ ବାଲିହୁଂକା ଗ୍ରାମର ପଶ୍ଚିମ ପାର୍ଶ୍ଵରେ ପ୍ରବାହିତ ଦୟା ନଦୀ ବନ୍ଧରେ ଚାଲି ଯାଉଥିବା ବାଲିହୁଂକା ଗ୍ରାମର ଝିଅ ଓ ବସନ୍ତପୁର ଗ୍ରାମର ବୋହୁ ବିନୋଦିନୀ ରାଉତରାୟ (୪୫)ଙ୍କୁ କଣାସ ପଟୁ ଆସୁଥିବା ଏକ ସ୍କୁଟି ୧୦ ଡିସେମ୍ବର ୨୦୨୧ରେ ଧକ୍କା ଦେବାରୁ ଦୁର୍ଘଟଣାରେ ବିନୋଦିନୀଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇ ଥିବା ସ୍କୁଟି ଚାଳକ କଣାସ ଥାନା ଅନ୍ତର୍ଗତ ରାଣିପଡା ଗ୍ରାମର ବିକାଶ ସାହୁଙ୍କୁ ଡେଲାଙ୍ଗ ଥାନା ପୋଲିସ ଗିରଫ କରି ପିପିଲି କୋର୍ଟରେ ହାଜର କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.