pakka

ବନ୍ଧୁକ ଦେଖାଇ ବଟି ଆଦାୟ ଅଭିଯୋଗରେ ଯୁବକ ଗିରଫ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଭ୍ରମରବାଡ଼ି ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ବଟି ଆଦାୟ କରୁଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ତାଙ୍କ ଠାରୁ ଏକ ବନ୍ଧୁକ ଜବତ କରାଯାଇଥିବା ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି କହିଛନ୍ତି । ଗିରଫ ଯୁବକ ଜଣକ ହେଲେ ଭ୍ରମରବାଡ଼ି ପଞ୍ଚାୟତ ଡମକ୍ଲିୟୁ ଗ୍ରାମର ବାପି ପ୍ରଧାନ । ପ୍ରକାଶ ଯେ, ଚଳିତମାସ ୧୩ ତାରିଖ ରାତିରେ ଭ୍ରମରବାଡ଼ି ଗ୍ରାମର ନିଧିଆ ସାହୁ ନିଜ ରାଶନ ଦୋକାନରେ ଥିବା ବେଳେ ବାପି ସେଠାରେ ପହଞ୍ଚି ନିଧିଆଙ୍କ ମୁଣ୍ଡରେ ବନ୍ଧୁକ ରଖି ୧୦ ହଜାର ଟଙ୍କା ଦେବାକୁ କହିଥିଲେ । ନିଧିଆ ତାଙ୍କ ନିକଟରେ ଏତେ ଗୁଡ଼ିଏ ଟଙ୍କା ନ ଥିବା କହିଥିଲେ । ବାପି ନିଧିଆଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏଥିରେ ଭୟଭୀତ ହୋଇ ନିଧିଆ ତାଙ୍କ ନିକଟରେ ମାତ୍ର ୧ ହଜାର ଟଙ୍କା ଥିବା କହି କାକୁତି ମିନତି ହୋଇ ୧ ହଜାର ଟଙ୍କା ଦେଇଥିଲେ । ପରେ ବଳକା ଟଙ୍କା ଦେବି ବୋଲି କହିଥିଲେ । ବାପି ୧ ହଜାର ନେଇ ସେହିଦିନ ପଳାଇଥିଲେ ଏବଂ ପୁଣି ସୋମବାର ଅପରାହ୍ନରେ ଆସି ୧୦ ହଜାର ଟଙ୍କା ମାଗିଥିଲେ । ଆଜି ରାତିରେ ଆସି ନେବି ବୋଲି ବାପି କହୁଥିବା ସମୟରେ ତାଙ୍କ ଦୋକାନଙ୍କୁ ଗ୍ରାହକମାନେ ଆସି ଯିବାରୁ ବାପି ସେଠାରୁ ପଳାଇଥିଲେ । ଏନେଇ ନିଧିଆ ଦାରିଙ୍ଗବାଡ଼ିି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା୧୨୬/୨୧ ରୁଜୁ କରି ବାପିଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଗିରଫ କରିବାରେ ସଫଳ ହୋଇଥିଲା ବୋଲି ଆଇଆଇସି ମାଝି କହିଛନ୍ତି । ସେ କହିଛନ୍ତି, ବାପି କେଉଁଠାରୁ ଏହି ବନ୍ଧୁକ ଆଣିଲେ ଏହାର ତଦନ୍ତ କରାଯିବା ତାଙ୍କ ସହ ଆଉ କେଉଁମାନେ ସାମିଲ ହୋଇଛନ୍ତି ନାହିଁ ଅଧିକ ତଦନ୍ତ ଚାଲିଥିବା ବିଷୟ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

four × five =

error: Content is protected !!